Wednesday, June 11, 2025
24.9 C
Odisha

ସ୍ବଦେଶକୁ ଫେରିପାରନ୍ତି ପାକ୍‌ରୁ ମୁକ୍ତ ହୋଇଥିବା ୨୨ ଜଣ ଭାରତୀୟ ମତ୍ସଜୀବୀ

ଆଗକୁ ପଢନ୍ତୁ

ଇସ୍‌ଲାମ୍‌ବାଦ: ପାକିସ୍ତାନ କରାଚୀରେ ଥିବା ୨୨ ଜଣ ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କରାଯାଇଛି । ଏହି ମତ୍ସଜୀବୀଙ୍କ କାରାଦଣ୍ଡ ଅବଧି ସମାପ୍ତ ହେବା ପରେ ତାଙ୍କୁ ମୁକ୍ତ କରିଛନ୍ତି ପାକିସ୍ତାନ ସରକାର । ଆଜି ସେମାନଙ୍କୁ ଭାରତ ପଠାଯାଇପାରେ । ପାକିସ୍ତାନ ଗଣମାଧ୍ୟମର ସୂଚନା ମୁତାବକ ଏଘି ଫାଉଣ୍ଡେସନ ଅଧ୍ୟକ୍ଷ ଫୈସଲ ଏଘି ଏହି ମତ୍ସଜୀବୀମାନଙ୍କୁ ଲାହୋର ପହଂଚାଇବାକୁ ସମସ୍ତ ପରିବହନ ବ୍ୟବସ୍ଥା କରିଛି । ଏହି ସଂସ୍ଥା କେବଳ ପରିବହନ ଖର୍ଚ୍ଚ ତୁଲାଇ ନାହିଁ ବରଂ ମତ୍ସଜୀବୀଙ୍କୁ ଉପହାର ସ୍ୱରୂପ କିଛି ଅର୍ଥରାଶି ମଧ୍ୟ ପ୍ରଦାନ କରିଛି । ମତ୍ସଜୀବୀମାନେ ଲାହୋରୁ ଭାରତ ଫେରିବେ ।

ଏଘି ଫାଉଣ୍ଡେସନର ଅଧ୍ୟକ୍ଷ ଫୈସଲ ଉଭୟ ଭାରତ ଓ ପାକିସ୍ତାନ ସରକାରକୁ ଏହି ମତ୍ସଜୀବୀମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ କି ଏମାନେ ଭୁଲରେ ସମୁଦ୍ର ସୀମା ପାର କରି ପାକିସ୍ତାନ ଭିତରେ ଅନୁପ୍ରବେଶ କରିଥିଲେ ।

ପାକିସ୍ତାନ ଅଧିକାରୀମାନେ ୱାଘା ସୀମା ଦେଇ ଏହି ମତ୍ସଜୀବୀମାନଙ୍କୁ ଭାରତ ପଠାଇବେ । ସୂଚନା ଥାଉକି ଜାନୁଆରି ପହିଲାରେ ଉଭୟ ଦେଶ କଏଦୀଙ୍କ ସୂଚୀ ପ୍ରଦାନ କରିଥିଲେ । ସେହି ସୂଚନା ମୁତାବକ ଏବେ ପାକିସ୍ତାନ ଜେଲରେ ୨୬୬ ଭାରତୀୟ ବନ୍ଦୀ ଥିବା ବେଳେ ଭାରତୀୟ ଜେଲରେ ୪୬୨ ଜଣ ପାକିସ୍ତାନ ନାଗରିକ ବନ୍ଦୀ ଅଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.9 ° C
24.9 °
24.9 °
83 %
1.9kmh
99 %
Wed
35 °
Thu
38 °
Fri
37 °
Sat
38 °
Sun
37 °

ସମ୍ବନ୍ଧିତ