Saturday, April 4, 2026
36.1 C
Odisha

    ସ୍ବଦେଶୀ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବେ ସରକାର

    ଆଗକୁ ପଢନ୍ତୁ

    ଆଇଟି ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ, ସାମ୍ପ୍ରତିକ ସ୍ଥିତିରେ ଡିଜିଟାଲ ପ୍ଲାଟଫର୍ମରେ ସବୁଠାରୁ ବଡ଼ ଆହ୍ବାନ ହେଉଛି ଡାଟା ସୁରକ୍ଷା ଓ କାର୍ଯ୍ୟଦକ୍ଷତା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ବ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି। ଏହାର ବିଶେଷତ୍ବ ହେଉଛି ଡିଜିଟାଲ ସୁରକ୍ଷା। ଏଥିରେ ଗୋପନୀୟତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ବ୍ଲକ୍‌ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟାଳୟରେ ଏହାର ବ୍ୟବହାର ସୁନିଶ୍ଚିତ କରାଯିବ।
    ସରକାରୀ କାର୍ଯ୍ୟ, ସେବା ପ୍ରଦାନ ଭଳି କ୍ଷେତ୍ରରେ ବିଦେଶୀ ଡିଜିଟାଲ ମାଧ୍ୟମର ଉପଯୋଗିତାରେ ସୁରକ୍ଷା ଦୃଷ୍ଟିରୁ ବିପଦ ଓ ବୈଷୟିକ ସମସ୍ୟା ଆଶଙ୍କା ରହୁଛି। ଏପରିସ୍ଥଳେ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟରେ ବ୍ୟବହାର ପାଇଁ ଓକାକ୍ ପକ୍ଷରୁ ଇ-ମେଲ୍ ଏବଂ ଗ୍ରୁପୱେର ସଲ୍ୟୁସନ ପ୍ରସ୍ତୁତ କରାଯାଇଛି। ଏହି ଇ-ମେଲର ନାମ ହେଉଛି @odisha.gov.in । ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଇ-ମେଲ୍ ଅତ୍ୟନ୍ତ ସୁରକ୍ଷିତ ଏବଂ ଆଧୁନିକ ବୋଲି ଆଇଟି ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ କମ୍ପ୍ୟୁଟର ଏବଂ ମୋବାଇଲ ଫୋନ୍‌ରେ ବ୍ୟବହାର କରାଯାଇ ପାରିବ। ସରକାରୀ ବିଭାଗ, ନିର୍ଦେଶାଳୟ, ଅନୁବିଭାଗ, ସରକାରୀ ଉଦ୍ୟୋଗରୁ ଆରମ୍ଭ କରି ପଦବୀ ଆଧାରିତ କିମ୍ବା ବ୍ୟକ୍ତିଗତ ଇ-ମେଲ ଆଇଟି ସୃଷ୍ଟି କରାଯାଇ ପାରିବ। ସେହିପରି ଭିଡିଓ କନଫରେନ୍ସିଂ ଏବଂ ଆନୁଷଙ୍ଗିକ ଡିଜିଟାଲ କାର୍ଯ୍ୟ ପାଇଁ ଏଏଏଲଏପିଏ ନାମରେ ଏକ ସ୍ବତନ୍ତ୍ର ଡୋମେନ୍ ବ୍ୟବହାର କରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏଥିରେ ଡାଟା ସିକ୍ୟୁରିଟି ବ୍ୟବସ୍ଥା ସୁଦୃଢ଼ ହୋଇଥିଲା ବେଳେ କେବଳ ପ୍ରାଧିକୃତ ସରକାରୀ ଅଧିକାରୀ/କର୍ମଚାରୀ ଏହାକୁ ବ୍ୟବହାର କରିପାରିବେ। ଏହାକୁ ହ୍ୟାକିଂ କରିବା କଷ୍ଟକର ବ୍ୟାପାର। ଓକାକ୍ ପକ୍ଷରୁ ପ୍ରସ୍ତୁତ ଇ-ଡାଏରୀ ଆପ୍ଲିକେସନ ସହାୟତାରେ ଡାଏରୀ ଏଣ୍ଟ୍ରି, କାର୍ଯ୍ୟସୂଚୀ ପ୍ରସ୍ତୁତ, ସରକାରୀ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ପୂର୍ବାପେକ୍ଷା ଅଧିକ ଦକ୍ଷ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ