Friday, April 3, 2026
27 C
Odisha

    ସ୍ବପ୍ନରେ ଦେବଦେବୀଙ୍କୁ ଦେଖୁଛନ୍ତି କି? ଜାଣନ୍ତୁ ଶୁଭ କି ଅଶୁଭ

    ଆଗକୁ ପଢନ୍ତୁ

    ସ୍ବପ୍ନଶାସ୍ତ୍ର ଅନୁସାରେ, ଦେବଦେବୀଙ୍କୁ ସ୍ବପ୍ନରେ ଦେଖିଲେ, ତାହା ଭିନ୍ନ ଭିନ୍ନ ଶୁଭ ସଙ୍କେତକୁ ସୂଚାଇଥାଏ। ତେବେ ସ୍ବପ୍ନରେ କେଉଁ ଦେବଦେବୀଙ୍କୁ ଦେଖିଲେ, କେଉଁସବୁ ଶୁଭ ସୂଚନା ମିଳିଥାଏ, ସେ ସମ୍ପର୍କରେ ଆସନ୍ତୁ ଜାଣିବା…

    ସ୍ବପ୍ନରେ ଶିବଲିଙ୍ଗ ଦେଖାଯିବା ଅତ୍ୟନ୍ତ ଶୁଭ ବୋଲି କୁହଯାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ, ଶିବଲିଙ୍ଗ ସ୍ବପ୍ନରେ ଦେଖିବାର ଅର୍ଥ ହେଉଛି, ଭୋଳାନାଥ ପ୍ରସନ୍ନ ଅଛନ୍ତି ଏବଂ ଖୁବ୍‌ଶୀଘ୍ର ସବୁ ସଙ୍କଟ ଦୂର ହେବାକୁ ଯାଉଛି।
    ମା’ ଦୁର୍ଗାଙ୍କୁ ସ୍ବପ୍ନରେ ଦେଖିଥିବା ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ସ୍ବପ୍ନଶାସ୍ତ୍ରରେ ବର୍ଣ୍ଣିତ। ରୋଗରୁ ମୁକ୍ତି ମିଳିବ ବୋଲି ଏହି ସ୍ବପ୍ନ ସଙ୍କେତ ଦେଇଥାଏ। ଆଗାମୀ ଦିନଗୁଡ଼ିକ ବହୁତ ଭଲ ହେବ ଏବଂ ଅନେକ କ୍ଷେତ୍ରରେ ସଫଳତା ମିଳିବ ବୋଲି ମଧ୍ୟ ଏହି ସ୍ବପ୍ନ ସୂଚାଇଥାଏ।
    ସ୍ବପ୍ନଶାସ୍ତ୍ର ଅନୁସାରେ, ସ୍ବପ୍ନରେ ଶ୍ରୀଗଣେଶ ଦେଖାଦେଲେ, ଉକ୍ତ ବ୍ୟକ୍ତି ପାଇଁ ଶୁଭ ଫଳଦାୟୀ ହୋଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ ଏବଂ ଜୀବନରେ ଆସୁଥିବା ସମସ୍ୟା ଦୂର ହେବାର ସମୟ ଆସିଯାଇଛି ବୋଲି ସୂଚାଇଥାଏ।
    ମା’ ସରସ୍ବତୀ ସ୍ବପ୍ନରେ ଦେଖାଦେଲେ, ଶିକ୍ଷା କ୍ଷେତ୍ରରେ ଶୁଭ ସମାଚାର ମିଳିବ ବୋଲି ସ୍ବପ୍ନଶାସ୍ତ୍ରରେ କୁହାଯାଇଛି। କୌଣସି ବଡ଼ ଉପଲବ୍ଧି ହାସଲ ହେବ କିମ୍ବା କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିବାର ଏହା ସଙ୍କେତ ଦେଇଥାଏ।
    ସ୍ବପ୍ନରେ ଶ୍ରୀବିଷ୍ଣୁ ଦେଖାଦେଲେ, ଭାଗ୍ୟ ଉଦୟର ସୂଚନା ମିଳିଥାଏ। ଧୀରେ ଧୀରେ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ବୋଲି ସୂଚାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ