ଶୀତଦିନ ଆମ ପାଇଁ ଖୁବ୍ ଚ୍ୟାଲେଞ୍ଜିଂ ଥାଏ । ଏହି ଋତୁରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଦିନରେ ସାଧାରଣତଃ ଥଣ୍ଡା, କାଶ, ଗଣ୍ଠି ଯନ୍ତ୍ରଣା, ଫୁଲା, ବଦହଜମୀ ଏବଂ ରୋଗପ୍ରତିରୋଧକ ଶକ୍ତି ପାଇଁ ଦୁର୍ବଳ ଅନୁଭବ କରିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଆୟୁର୍ବେଦ ଅନୁସାରେ ଅନେକ ଉପାୟ ରହିଛି । ଯାହା ମହୌଷଧୀ ଭାବେ କାମ କରିଥାଏ । ସେହି ସବୁ ଆୟୁର୍ବେଦିକ ଜିନିଷ ମଧ୍ୟରେ କଞ୍ଚା ହଳଦୀ ଅନ୍ୟତମ ।
କଞ୍ଚା ହଳଦୀ ଖାଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବିଶେଷ କରି ଶୀତଦିନେ ଏହା ଖାଇବା ବେଶୀ ଫଳପ୍ରଦ ହୋଇଥାଏ । ଯାହା ଖାଇବା ଦ୍ବାରା ଥଣ୍ଡା ଏବଂ ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏହାକୁ ଖାଇବା ଫଳରେ ଶରୀରରେ ଥିବା ବିଷକ୍ତେ ଜିନିଷକୁ ବିଷମୁକ୍ତ କରିଥାଏ ଏବଂ ରୋଗ ସହିତ ଲଢେଇ କରିବାର କ୍ଷମତାକୁ ବୃଦ୍ଧି କରିଥାଏ । ଏହାର ନିୟମିତ ସେବନ ଆପଣଙ୍କ ତ୍ବଚାକୁ ମଧ୍ୟ ଲାଭ ଦେଇଥାଏ । ତେଣୁ କଞ୍ଚା ହଳଦୀକୁ ଏକ ଔଷଧି ଭାବେ ବିବେଚନା କରାଯାଏ । ଶୀତଦିନେ ଏହାକୁ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ ।
କଞ୍ଚା ହଳଦୀରେ ଆଣ୍ଟିବ୍ୟାକ୍ଟେରିଆଲ,ଆଣ୍ଟିଭାଇରଲ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି । ଯାହା ଖାଇବା ଦ୍ବାରା ଥଣ୍ଡା, ଗଳା ଯନ୍ତ୍ରଣା ଏବଂ ଭାଇରଲ ସଂକ୍ରମଣରୁ ରକ୍ଷା କରିଥାଏ । ଶୀତଦିନେ ରୋଗ ପ୍ରତିରୋଦକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଯାହାଫଳରେ ସଂକ୍ରମଣର ସମ୍ଭାବନା ବୃଦ୍ଧି ପାଇଥାଏ । କିନ୍ତୁ କଞ୍ଚା ହଳଦୀ ଖାଇବା ଦ୍ବାରା ଶୀତକାଳୀନ ସଂକ୍ରମଣ ସହିତ ଲଢେଇ କରିବାରେ ଶକ୍ତି ପ୍ରଦାନ କରିଥାଏ । ଲିଭର ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ ବୋଲି ପ୍ରମାଣିତ ହୋଇ ଆସୁଅଛି । କେବଳ ହଳଦୀ ନୁହେଁ ହଳଦୀ ପାଣି ମଧ୍ୟ ଆମ ଶରୀର ପାଇଁ ପ୍ରଭାବଶାଳୀ ହୋଇଥାଏ ।
ଶୀତଦିନେ ଲୋକମାନେ ପ୍ରାୟତଃ ଗଣ୍ଠି ଯନ୍ତ୍ରଣା, ଆଣ୍ଠୁ କଠିନତା ଏବଂ ମାଂସପେଶୀ କଠିନତା ଦେଖା ଦେଇଥାଏ । କଞ୍ଚା ହଳଦୀରେ ମିଳୁଥିବା କରକ୍ୟୁମିନ୍ ଏକ ଶକ୍ତିଶାଳୀ ଆଣ୍ଟି-ଇନ୍ଫ୍ଲେମାଟୋରୀ ଯାହା ପ୍ରଦାହକୁ କମ କରେ । ଶୋଇବା ପୂର୍ବରୁ ଅଧ ଚାମଚ କଞ୍ଚା ହଳଦୀକୁ ଉଷୁମ କ୍ଷୀର ସହିତ ମିଶାଇ ପିଇବା ଦ୍ୱାରା ଗଣ୍ଠି କଠିନତା ଦୂର ହୁଏ, ମାଂସପେଶୀରେ ଉନ୍ନତ ହୁଏ ଏବଂ ଭଲ ନିଦ ହୋଇଥାଏ । ଶୀତଦିନେ ହଜମ୍ ଶକ୍ତି କମିଯାଇଥାଏ । ଯାହା ଫଳରେ ଗ୍ୟାସ୍, ବଦହଜମୀ ଏବଂ ପେଟ ଫୁଲିବା ଭଳି ସମସ୍ୟା ବଢ଼ିଯାଇଥାଏ । କଞ୍ଚା ହଳଦୀ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ, ଯାହା ଖାଦ୍ୟ ହଜମ କରିବା ସହଜ କରିଥାଏ । ଏହା ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ ।
ଏଥିସହ ହଳଦୀ ଖାଇବା ସହିତ ଫେସପ୍ୟାକ୍ ଭଳି ମଧ୍ୟ କାମ କରେ । କେଶ ଛଡିବା ଏବଂ ଡ୍ୟାଣ୍ଡ୍ରଫ୍ ଭଳି ସମସ୍ୟାକୁ ଦୂର କରି ଦେଇଥାଏ । ଅନେକ ସମୟରେ ଲିଭରରେ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ଯାହାକୁ ଖାଇବା ଦ୍ବାରା ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଗୁଣ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ହଳଦୀ କିପରି ବ୍ୟବହାର କରିବେ ସେ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ ।
କଞ୍ଚା ହଳଦୀ ପାଣି ଲିଭରକୁ ବିଷମୁକ୍ତ କରିବା ପାଇଁ ଲାଭଦାୟକ । କେବଳ କଞ୍ଚା ହଳଦୀକୁ ପେଷି ଉଷୁମ ପାଣି ସହିତ ମିଶାନ୍ତୁ । ସ୍ବାଦ ପାଇଁ ଅଳ୍ପ ମହୁ ମିଶାଇ ସେଥିରେ ଅଳ୍ପ ଲେମ୍ବୁ ମିଶାନ୍ତୁ । ଏହାକୁ ଖାଲି ପେଟରେ ସେବନ କରନ୍ତୁ । ଯାହା ଲିଭରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରିବ ।

