Friday, October 9, 2026
22 C
Odisha

    ସ୍ବାସ୍ଥ୍ୟ ପାଇଁ ଅମୃତ ଚିଆ ସିଡ୍ସ; ଭୁଲ୍‌ରେ ବି ଏସବୁ ଖାଦ୍ୟ ସହ କରନ୍ତୁ ନାହିଁ ସେବନ, ଲାଭ ବଦଳରେ….

    ଆଗକୁ ପଢନ୍ତୁ

    ସିଡ୍ସ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ, ଆଣ୍ଟି ଅକ୍ସିଡାଣ୍ଟ, ସ୍ବାସ୍ଥ୍ୟକର ଫ୍ୟାଟ୍ସ ଏବଂ ପ୍ରୋଟିନ ରହିଥାଏ। ଏସବୁ ପୋଷକ ତତ୍ତ୍ୱ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ସିଡ୍ସ ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ପାଇଥାଏ। ସମସ୍ତ ସିଡ୍ସ ମଧ୍ୟରୁ ଗୋଟିଏ ହେଲା ଚିଆ ସିଡ୍ସ। ଏହାକୁ ଖାଇବା ଦ୍ୱାରା ଅଗଣିତ ଲାଭ ମିଳିଥାଏ। ଚିଆ ସିଡ୍ସର ସେବନ ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ ବୋଲି କୁହାଯାଏ। ହେଲେ ଏହାକୁ କେଉଁଭଳି ଭାବେ ସେବନ କରିବା ଦ୍ୱାରା ଲାଭ ମିଳିଥାଏ ତାହା ଅନେକଙ୍କୁ ଅଜଣା। ଏଣୁ ଏହାର ଖାଇବା ପଦ୍ଧତି ଉପରେ ଧ୍ୟାନ ଦେବା ଉଚିତ। କାରଣ କିଛି ଖାଦ୍ୟ ସହ ଚିଆ ସିଡ୍ସର ସେବନ କରିବା ଦ୍ୱାରା ଏହା ଶରୀର ପାଇଁ ବିଷ ସଦୃଶ କାର୍ଯ୍ୟ କରିଥାଏ।

    ଯଦି ଆପଣ ଚିଆ ସିଡ୍ସ ଖାଉଥାନ୍ତି ତେବେ ଏଥିସହ ଫାଇଟିକ୍‌ ଏସିଡ୍‌ ଭରପୂର ଖାଦ୍ୟ ଖାଆନ୍ତୁ ନାହିଁ। ଏସବୁ ଖାଦ୍ୟ ମଧ୍ୟରେ ବିନ୍ସ, ମସୁର ଡ଼ାଲି, ଡ୍ରାଏ ଫ୍ରୁଟ୍ସ ଆଦି ସାମିଲ ରହିଛି। ଏଣୁ ଏସବୁକୁ ଭିନ୍ନ ଭିନ୍ନ ସମୟରେ ସେବନ କରନ୍ତୁ। ଏକାଠି ଖାଇବା ଦ୍ୱାରା ଏହା ଲାଭ କରିବା ବଦଳରେ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।

    ଚିଆ ସିଡ୍ସରେ ଭରପୂର ଫାଇବର ଥାଏ। ପ୍ରାୟ ୨୮ ଗ୍ରାମ ସିଡ୍ସରେ ୧୦ ଗ୍ରାମ ପାଖାପାଖି ଡାଇଟାରୀ ଫାଇବର ଥାଏ। ଏଣୁ ଏଥିରେ ଓଟ୍ସ, ସେଉ, ନାସପାତି ଭଳି ଖାଦ୍ୟ ଖିଆଯାଏ ତେବେ ପାଚନତନ୍ତ୍ର ଉପରେ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଗ୍ୟାସ, ବ୍ଲେିଟିଂ, ପେଟ ବ୍ୟଥା ଭଳି ସମସ୍ୟା ଉପୁଜିଥାଏ।

    ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ପଦାର୍ଥର ସେବନ ଚିଆ ସିଡ୍ସ ସହ ଭୁଲ୍‌ରେ ବି କରନ୍ତୁ ନାହିଁ। ଯାହାକୁ ଦୁଗ୍ଧ, ଦହି କିମ୍ବା ଅନ୍ୟ ଦୁଗ୍ଧଜାତୀୟ ଦ୍ରବ୍ୟଠାରୁ ଆଲର୍ଜି ରହିଛି ଯଦି ସେମାନେ ଏହା ସହ ଚିଆ ସିଡ୍ସ ଖାଆନ୍ତି ତେବେ ପାଚନ ତନ୍ତ୍ର ସହ ଜଡ଼ିତ ସମସ୍ୟା ବୃଦ୍ଧି ପାଇବ।
    ପ୍ୟାକେଟରେ ମିଳୁଥିବା ଫ୍ରୁଟ୍‌ ଜୁସ୍‌ ସହ ସେବନ କରନ୍ତୁ ନାହିଁ। କାରଣ ସେସବୁରେ ଅତ୍ୟଧିକ ଚିନି ସହ ପ୍ରିଜର୍‌ଭେଟିଭ୍‌ ଥାଏ। ଏହି ଚିନି ରକ୍ତରେ ସର୍କରାକୁ ବୃଦ୍ଧି କରିପାରେ। ଚିଆ ସିଡ୍ସରୁ ମିଳୁଥିବା ଲାଭକୁ କମ୍‌ କରିପାରେ। ଏଣୁ ତାଜା ଫଳରସ ନଚେତ ସାଧା ପାଣି ସହ ସେବନ କରିବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ