ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ଶରୀର ପାଇଁ କିଏ ବା ନଚାହେଁ । ସୁସ୍ଥ ଶରୀର ଗଠନ ପାଇଁ ଅନେକ ଲୋକ ବହୁତ କିଛି ପଦକ୍ଷେପ ନେଇଥାନ୍ତି । କିଏ ଖାଦ୍ୟକୁ ନେଇ ସଚେତନ ଥାଆନ୍ତି ତ ଆଉ ପୁଣି କିଏ ବ୍ୟାୟାମ କରନ୍ତି ଏବଂ ଜିମରେ ଜଏନ୍ କରିଥାନ୍ତି । ସୁସ୍ଥ ଶରୀର ପାଇଁ ଉପଯୁକ୍ତ ଏବଂ ଉତ୍ତମ ଖାଦ୍ୟର ଆବଶ୍ୟକତା ରହିଛି ।
ଦିନକୁ ଦିନ ଯେଉଁଭଳି ଭାବେ ସଂକ୍ରମଣ ଆସୁଛି ଲୋକେ ସେଥି ପ୍ରତି ସତର୍କ ହେବାରେ ଲାଗିଛନ୍ତି । ତେଣୁ ଲୋକମାନେ ଏପରି ପରିସ୍ଥିତିରେ ଅନେକ ଲୋକ ଏବେ ଅସ୍ବାସ୍ଥ୍ୟକର ଖାଦ୍ୟ ଛାଡି ସୁସ୍ଥ ଖାଦ୍ୟ ଆଡକୁ ମୁହାଁଇଛନ୍ତି । ଅନେକ ପ୍ରୋଟିନଯୁକ୍ତ ଖାଦ୍ୟକୁ ଲୋକମାନେ ସେମାନଙ୍କ ଖାଇବା ଲିଷ୍ଟରେ ଆଡ୍ କରୁଛନ୍ତି । ସେହି ସବୁ ମଧ୍ୟରୁ ମଖାନା ଅନ୍ୟତମ । ଯାହାକୁ ସୁପରଫୁଡ୍ ଭାବେ ବିବେଚନା କରାଯାଇଥାଏ । ଯାହାକୁ ପୁଷ୍ଟିକର ଭଣ୍ଡାର ମଧ୍ୟ କୁହାଯାଇଥାଏ ।
ମଖାନାରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ ଏବଂ ଖଣିଜ ପଦାର୍ଥ ଠାରୁ ଆରମ୍ଭ କରି ଅନେକ ଆବଶ୍ୟକୀୟ ପୁଷ୍ଟିକର ତତ୍ତ୍ବ ରହିଛି । ଯାହା କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ । ସାଧାରଣତଃ ଲୋକମାନେ ଉପବାସ ଏବଂ ପର୍ବପର୍ବାଣୀ ସମୟରେ ମାଖାନା ଖାଇଥାନ୍ତି । କିନ୍ତୁ ଆପଣ ଏହାକୁ ଆପଣଙ୍କର ନିୟମିତ ଖାଦ୍ୟରେ ମଧ୍ୟ ସାମିଲ କରିପାରିବେ । ଯାହା ସୁସ୍ଥ ଶରୀର ପାଇଁ ବେଷ୍ଟ ହୋଇଥାଏ । ମଖାନା ଯେତିକି ସ୍ବାଦିଷ୍ଟ ସେତିକି ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ ।
ଏହା ବ୍ୟତୀତ ମଖାନାରେ ପ୍ରୋଟିନ୍, ଫାଇବର, ମ୍ୟାଗ୍ନେସିୟମ୍, ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଫସଫରସ୍, ଆଇରନ୍ ଥାଏ । କ୍ଷୀରରେ ଭିଟାମିନ୍ ଡି, କ୍ୟାଲସିୟମ୍, ଭିଟାମିନ୍ ବି୧୨, ରାଇବୋଫ୍ଲାଭିନ୍ ଥାଏ । ଏହି ଦୁଇଟି ମିଶି ଶରୀରକୁ ଦ୍ୱିଗୁଣିତ ଲାଭ ପ୍ରଦାନ କରିଥାଏ । ତେଣୁ ଏହାକୁ ଖାଇବାର ସଠିକ୍ ଉପାୟ ରହିଛି । ତେବେ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।
ଓଜନକୁ ନେଇ ଚିନ୍ତାରେ ରହିଛନ୍ତି କି ? ଯଦି ହଁ, ତେବେ ଆଜି ଗୋଟିଏ ଭଲ ଉପାୟ ସମ୍ପର୍କରେ ଜାଣିବା । ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କ୍ଷୀର ଭିଜା ମଖାନା ଉତ୍କୃଷ୍ଟ ବିକଳ୍ପ । କ୍ଷୀରରେ ଭିଜା ମାଖାନା ଖାଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ । ମଖାନା ଖାଇବା ଦ୍ବାରା କାର୍ବୋହାଇଡ୍ରେଟ୍ ପ୍ରକ୍ରିୟାକୁ ଧୀର କରୁଥିବାବେଳେ କ୍ଷୀରରେ ଥିବା କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଦୀର୍ଘ ସମୟ ଧରି ଶରୀରକୁ ଶକ୍ତି ଯୋଗାଇଥାଏ ।
ହାଡ଼ ଦୁର୍ବଳ ଥିଲେ ମଖାନା ଭିଜା କ୍ଷୀର ଖାଇବୋ ନିହାତି ଆବଶ୍ୟକ । ଯାହା ମଜବୁତ ହାଡ଼ ପାଇଁ ବେଷ୍ଟ ହୋଇଥାଏ । ମଖାନା ଏବଂ କ୍ଷୀରରେ ଥିବା ପ୍ରୋଟିନ୍ ଏବଂ କ୍ୟାଲସିୟମ ହାଡ଼ ସମସ୍ୟାରୁ ମୁକ୍ତି ଦେଇଥାଏ । ଏତିକି ନୁହେଁ ବରଂ ଦୁର୍ବଳ ଅନୁଭବ କରୁଥିବା ଲୋକ ଏବଂ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ବେଷ୍ଟ ହୋଇଥାଏ । ଭିଜା କ୍ଷୀରର ମଖାନାରେ ଥିବା ହାଇପୋଗ୍ଲାଇସେମିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଡାଇବେଟିସ୍ ରୋଗୀଙ୍କ ପାଇଁ ପ୍ରଭାବଶଳୀ ହୋଇଥାଏ । ଏହା ଚମକଦାର ତ୍ବଚା ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି ।