ସ୍ପିରୁଲିନା ପାଉଡରରେ ଔଷଧୀୟ ତତ୍ତ୍ୱ ରହିଥିବାର ଖୁବ କମ ଲୋକଙ୍କୁ ଜଣାଥାଏ । ଏହା ଏକ ନ୍ୟାଚୁରାଲ ପାଉଡର । ନ୍ୟାଚୁରାଲ ପାଉଡର ଦେହ ପାଇଁ ହିତକାରୀ ହୋଇଥାଏ । ସ୍ପିରୁଲିନା ଏକ ପ୍ରକାର ଆୟୁର୍ବେଦିକ ଔଷଧ । ଯାହାକି ଦେହ ପାଇଁ ହିତକାରୀ । ଏହାକୁ ସମସ୍ତ ବର୍ଗର ଲୋକ ଖାଇପାରିବେ । ଏହାର ଗୁଣ୍ଡକୁ ପାଣିରେ ମିଶାଇ ପିଆଯାଇଥାଏ । ଏହା ଆମ ଶରୀର ପ୍ରତି ବେଶ ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଏହା ପ୍ରୋଟିନ ଯୁକ୍ତ ଭାବେ କାମ କରିଥାଏ । ସ୍ପିରୁଲିନା ଯାହାକି ବଟିକା ଭାବରେ ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ଏହା ଦେଖିବାକୁ ନୀଳ ରଙ୍ଗର ହୋଇଥାଏ । ଯାହାକି ଆମ ଶରୀରରେ ସୁପରଫୁଡ ଭଳି କାର୍ଯ୍ୟ କରେ । ଆମ ଶରୀରକୁ ମଜବୁତ କରିବା ସହିତ ଏହା ଆମ ବ୍ରେନ୍ ଉପରେ ବେଶ ଭଲ ପ୍ରଭାବ ପକାଇଥାଏ । ସ୍ମରଣ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ମତ୍ସ୍ୟ ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ ଏହା ଜରୁରୀ ।
ଶରୀର ପାଇଁ ଲାଭଦାୟକ:-
ନିୟମିତ ସ୍ପିରୁଲିନା ପାଉଡର ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ସ୍ପିରୁଲିନାରେ ୬୦-୭୦%ର ପ୍ରୋଟିନ ରହିଥାଏ । ସ୍ପିରୁଲିନାରେ ଆଣ୍ଟିଅକ୍ସିଡାନ୍ସ ଭଳି ପ୍ରୋଟିନ ଥାଏ ।
ଏହା ବ୍ୟତୀତ ଏଥିରେ ଭିଟାମିନ ବି୧୨, ଭିଟାମିନ ଇ,୨୦ କ୍ୟାଲେରୀ, ଆଇରନ ଭଳି ଅନେକ ପ୍ରୋଟିନ ରହିଛି । ଏଥିରେ ଡାଇବେଟିସ ରୋଗକୁ ନିୟନ୍ତ୍ରଣ କରିବାର ଶକ୍ତି ମଧ୍ୟ ରହିଛି ।
ଆଜିକାଲି ସମୟରେ ଶରୀରର ଫିଟନେସକୁ ନେଇ ସମସ୍ତେ ସଚେତନ ରହୁଛନ୍ତି । ଓଜନ କମ କରିବାର ଏହା ଏକ ପ୍ରକାରର ସହଜ ଏବଂ ସୁରକ୍ଷିତ ଉପାୟ । ଏହି ପାଉଡର ଖାଇବା ଦ୍ୱାରା ଆମ ଶରୀର ଉପରେ ଭଲ ପ୍ରଭାବ ପଡିଥାଏ ।
ସକାଳୁ ସ୍ପିରୁଲିନା ଖାଇଲେ ଅଲସର୍ ଭଳି ସମସ୍ୟାକୁ ମଧ୍ୟ ଦୂର ହୋଇଥାଏ । ସ୍ପିରୁଲିନାରେ ପ୍ରୋଟିନ ରହିବା ସହିତ ଅମିନୋଏସିଡ ମଧ୍ୟ ରହିଥାଏ ।
ଏଥିରେ ଭିଟାମିନ ବି ରହିବା ଦ୍ୱାରା ବ୍ରେନ ଠିକ୍ ଭାବେ ଫକ୍ସନ କରିବାରେ ସହାୟତା କରେ ।ଏଥିରୁ ଶରୀରକୁ ଆଇରନ ବି ମିଳିଥାଏ ।
ସ୍ପିରୁଲିନା ପ୍ରତ୍ୟେକ ସମସ୍ୟାରୁ ବାହାରିବାର ଭଲ ମାର୍ଗ ଅଟେ । ଏହା ଇନଫେକ୍ସନରୁ ରକ୍ଷା କରିବା ସହ ମାନସିକ ଦୁଶ୍ଚିନ୍ତାରୁ ମଧ୍ୟ ମୁକ୍ତି ଦେଇଥାଏ । ଘରୋଇ ଉପଚାର ମାଧ୍ୟମରେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ନିୟମିତ ସ୍ପିରୁଲିନା ଖାଇବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଏହି ସ୍ପିରୁଲିନା ପାଉଡର ସେବନ କରିବା ପୂର୍ବରୁ ନିଶ୍ଚିନ୍ତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।