Thursday, April 2, 2026
37.1 C
Odisha

    ସ୍ୱଚ୍ଛତା ସର୍ଭେକ୍ଷଣରେ ଚିକିଟି ଏନଏସି ଦ୍ଵିତୀୟ ସ୍ଥାନ ଅଧିକାର କରି ପାଇଲା ରାଷ୍ଟ୍ରପତି ପଦକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଗଞ୍ଜାମ ଜିଲ୍ଲା ଚିକିଟି ଏନଏସି ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦକ ପାଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦକ ପ୍ରଦାନ କରିଛନ୍ତି । ସ୍ୱଚ୍ଛତା ସର୍ଭେକ୍ଷଣରେ ସମଗ୍ର ଦେଶରେ ଚିକିଟି ଏନଏସି ଦ୍ଵିତୀୟ ସ୍ଥାନ ହାସଲ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ମାନପତ୍ର ଏବଂ ଟ୍ରଫି ହାସଲ କରିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ରାଷ୍ଟ୍ରପତି ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ସହରାଞ୍ଚଳ ଉନୟନ ଅଧିକାରୀ ଉପସ୍ଥିତ ଥିଲେ। ଚିକିଟି ରାଷ୍ଟ୍ରପତି ପଦକ ତିନି ଥର ପାଇଥିବା ଯୋଗୁଁ ଇତିହାସରେ ଲିପିବଦ୍ଧ ହୋଇଗଲା ବୋଲି କହିଛନ୍ତି ଚିକିଟି ବାସିନ୍ଦା ।

    ବାର ଗୋଟି ୱାର୍ଡକୁ ନେଇ ଏନଏସି ଗଠିତ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହରଞ୍ଚଳ ଯୋଜନାରେ ବହୁ ଉନ୍ନତି ହୋଇଛି ସହରର । ସୁନ୍ଦର ରାସ୍ତା ସାଙ୍ଗକୁ ପାର୍କ, ପୋଖରୀ ପୁନରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟ କରଣ ଏବଂ ନୂତନ ବସ୍ତି ଘର ନିର୍ମାଣ କରାଯାଇଛି । ଏହା ସହ ଶ୍ମଶାନର ରୂପାନ୍ତରିତ କରାଯାଇଛି । ୨୦୨୪-୨୦୨୫ ମସିହା ସ୍ୱଚ୍ଛ ସର୍ବେକ୍ଷଣରେ ଦେଶରେ ଚିକିଟି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଯୋଗୁଁ ଏହି ପୁରସ୍କାର ହାସଲ କରିଛି । କୋଡିଏ ହଜାରରୁ କମ ଜନ ସଂଖ୍ୟା ରେ ଥିବା ଏନଏସିରେ ସ୍ଵଛ ସର୍ବେକ୍ଷଣରେ ଚିକିଟିକୁ ଏହି ମାନ୍ୟତା ମିଳିଛି । ଏହା ପୂର୍ବରୁ ୨୦୨୨-୨୩ମସିହାରେ ନୂଆ ସହର ପରିକଳ୍ପନାରେ ଚିକିଟି ରାଜ୍ୟରେ ପ୍ରଥମ ଏବଂ ୨୦୨୩- ୨୪ ମସିହାରେ ମଧ୍ୟ ସ୍ଵଛ ସର୍ବେକ୍ଷଣରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା ଚିକିଟି ଏନଏସି । ତିନି ଥର ଲାଗି ଲାଗି ଏହି ପୁରସ୍କାର ହାସଲ କରିଥିବା ଯୋଗୁଁ ଚିକିଟିରେ ଆନନ୍ଦ ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ