Wednesday, November 5, 2025
27.8 C
Odisha

    ସ୍ୱତନ୍ତ୍ର OTET ପ୍ରଶ୍ନପତ୍ର ଲିକ୍ ମାମଲା, ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍ୱତନ୍ତ୍ର OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରିମାଣ୍ଡରେ ଆସିବେ ଅଭିଯୁକ୍ତ । ପ୍ରମୁଖ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ବୋର୍ଡ ଉପସଭାପତି ନିହାର ମହାନ୍ତି, ଅଭିଯୁକ୍ତ ବିଜୟ ମିଶ୍ର ଓ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ରିମାଣ୍ଡରେ ଯିବେ । ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ ।

    ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗତକାଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ନିହାରଙ୍କ ଲାପଟପରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର ।

    ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କର କୌଣସି ଭୂମିକା ନଥିବା ବେଳେ ଲାପଟପ ବ୍ୟବହାର ପାଇଁ ତାଙ୍କୁ ଅନୁମତି ଦେଇଥିଲେ ନିହାର । ଅଫିସ ବାହାରେ ଗତ ୩ ମାସରେ ଫୋନରେ ୧୦୦ ଥର କଥା ହୋଇଥିଲେ ନିହାର-ଜିତନ । ଏଯାଏ ପ୍ରଶ୍ନପତ୍ର ଲିକ ମାମଲାରେ ମୋଟ ୮ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ଓ ଆର୍ଥିକ କାରବାରକୁ ନେଇ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.8 ° C
    27.8 °
    27.8 °
    43 %
    3.1kmh
    0 %
    Wed
    27 °
    Thu
    28 °
    Fri
    28 °
    Sat
    27 °
    Sun
    25 °

    ସମ୍ବନ୍ଧିତ