Saturday, October 3, 2026
30.8 C
Odisha

    ସ୍ୱର୍ଣ୍ଣ ବିଜୟୀଙ୍କୁ ଓଡ଼ିଶାର ବଡ଼ ପୁରସ୍କାର, ପ୍ରତି ମହିଳା ହକି ଖେଳାଳିଙ୍କୁ ୧୧ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍ୱର୍ଣ୍ଣ ବିଜୟୀଙ୍କୁ ଓଡ଼ିଶାର ବଡ଼ ପୁରସ୍କାର । ଏସିଆନ୍ ଗେମ୍ସ ମହିଳା ହକିରେ ସ୍ୱର୍ଣ୍ଣ ପଦକ । ଏସିଆନ୍ ଗେମ୍ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଦିଆଯିବ ।

    ସେହିପରି ଦଳର ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି । ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଦେଶ ପାଇଁ ଗୌରବ ଆଣିଛି ବୋଲି ସେ କହିଛନ୍ତି ।

    ଭାରତୀୟ ହକି ସହ ଓଡ଼ିଶା ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି । ଦେଶରେ ହକି ସହିତ କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ଏବଂ ଉତ୍କୃଷ୍ଟ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ସମର୍ଥନ ଜାରି ରହିବ ବୋଲି କୁହାଯାଇଛି ।ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଦଳ । ଫାଇନାଲରେ ଆୟୋଜକ ଚୀନକୁ ୧-୦ ଗୋଲ୍ ରେ ହରାଇ ଜିତିଲା ସ୍ୱର୍ଣ୍ଣ ପଦକ ।

    ଏହି ବିଜୟ ସହ ମହିଳା ହକିରେ ସ୍ୱର୍ଣ୍ଣ ପାଇଁ ଭାରତର ୪୪ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ୧୯୮୨ରେ ଦିଲ୍ଲୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବା ପରେ ଭାରତୀୟ ମହିଳା ହକି ଦଳ ପୁଣି ଜଲୱା ଦେଖାଇଛି । ଏହି ସ୍ୱର୍ଣ୍ଣ ସହ ମହିଳା ହକି ଦଳ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ମଧ୍ୟ ହାସଲ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ