Friday, October 23, 2026
22.8 C
Odisha

    ୧୭ ଅକ୍ଟୋବର ପୂର୍ବରୁ ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ସମ୍ଭାବ୍ୟ ଅବପାତ ଗତିପଥ କେଉଁ ଆଡ଼କୁ ରହିବ ଏବଂ ଓଡ଼ିଶା ଉପରେ କେତେଦୂର ପ୍ରଭାବ ପଡ଼ିବ, ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। କିନ୍ତୁ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାର କିଛି ମଡେଲ ଆକଳନ କରିଛି ଯେ ଅକ୍ଟୋବର ୧୭ ପୂର୍ବରୁ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା କମ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅକ୍ଟୋବର ୧୨ ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ଗଠିତ ହୋଇପାରେ। ପରେ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ହୋଇପାରେ। ଅକ୍ଟୋବର ୧୫ ପାଖାପାଖି ଦକ୍ଷିଣ-ମଧ୍ୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଦୁର୍ବଳ ଅବପାତ ଗଠନର ସମ୍ଭାବନା ରହିଛି। ଏହା ଘୂର୍ଣ୍ଣିବାତ୍ୟା ଗଠନ ପାଇଁ ପରିବେଶ ତିଆରି ହେବାର ସମ୍ଭାବନା ବଢ଼ୁଛି। କିନ୍ତୁ ଏହାର ସ୍ପଷ୍ଟ ଚିତ୍ର ଆସିନାହିଁ। ବର୍ତ୍ତମାନ ଓଡ଼ିଶା ପାଇଁ କୌଣସି ବିପଦ ସଙ୍କେତ ନାହିଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.8 ° C
    22.8 °
    22.8 °
    71 %
    1.5kmh
    33 %
    Fri
    22 °
    Sat
    29 °
    Sun
    28 °
    Mon
    28 °
    Tue
    29 °

    ସମ୍ବନ୍ଧିତ