Tuesday, October 28, 2025
22.7 C
Odisha

    ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବ ବେସନ ରୁଟି

    ଆଗକୁ ପଢନ୍ତୁ

    ବେ

    ସନ ରୁଟି ପ୍ରୋଟିନ, ଫାଇବର ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୁର ଯାହା ଶରୀରକୁ ଭିତରୁ ଶକ୍ତିଶାଳୀ କରିଥାଏ । ବିଶେଷକରି ଡାଇବେଟିସ୍ ରୋଗୀ ଏବଂ ୱେଟ୍ ଲସ୍ କରୁଥିବା ଲୋକଙ୍କ ପାଇଁ ବେସନ ରୁଟି ଏକ ବରଦାନ ସଦୃଶ ହୋଇଥାଏ । ତେବେ ଆସନ୍ତୁ ବେସନ ରୁଟିର ଲାଭ ବିଷୟରେ ଜାଣିବା ।

    ବେସନ ରୁଟିର ଲାଭ କ’ଣ?

    ୧. ଡାଇବେଟିସ୍ ନିୟନ୍ତ୍ରଣରେ ସାହାଯ୍ୟ କରେ- ବେସନ ରୁଟିର ସବୁଠାରୁ ବଡ଼ ଲାଭ ହେଉଛି ଏହା ବ୍ଲଡ୍ ସୁଗାର ହଠାତ୍ ବୃଦ୍ଧି ପାଇବାରୁ ରୋକିଥାଏ । ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ, ଯାହା ଶରୀରରେ ସୁଗାରକୁ ଧୀରେ ଧୀରେ ଛାଡ଼ିଥାଏ । ଏହି କାରଣରୁ ଏହି ରୁଟି ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କାହାକୁ ଡାଇବେଟିସ୍ ଅଛି, ତେବେ ଗହମ ରୁଟି ବଦଳରେ ବେସନ ରୁଟି ଏକ ସ୍ମାର୍ଟ ଏବଂ ହେଲଦି ଚଏସ୍ ହୋଇପାରେ ।

    ୨. କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ- ବେସନରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରେ । ଏହା ହୃଦରୋଗର ଆଶଙ୍କା ମଧ୍ୟ କମାଇଥାଏ । ଯଦି ଆପଣ ନିଜ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚାହାଁନ୍ତି, ତେବେ ବେସନ ରୁଟି ଆପଣଙ୍କ ପାଇଁ ଏକ ସଠିକ୍ ଚଏସ୍ ।

    ୩. ୱେଟ୍ ଲସ୍ ପାଇଁ ପ୍ରଭାବଶାଳୀ- ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବେସନ ରୁଟି ବହୁତ ସହାୟକ ହୋଇପାରେ। ଏଥିରେ ଥିବା ପ୍ରୋଟିନ୍ ଏବଂ ଫାଇବରର ପରିମାଣ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ୍ ରଖିଥାଏ । ଯାହା ଆପଣଙ୍କୁ ବାରମ୍ବାର ଭୋକ ଲାଗିବା ଏବଂ ଅତ୍ୟଧିକ ଖାଇବାକୁ ରୋକିବାରେ ସାହାଯ୍ୟ କରେ । ଏହି ରୁଟି ଡାଏଟିଂ କରୁଥିବା ଲୋକଙ୍କ ପାଇଁ ଏକ ବଢ଼ିଆ ଅପ୍ସନ୍ ।

    ୪. ପାଚନ କ୍ରିୟାକୁ ଉନ୍ନତ କରେ- ବେସନ ରୁଟି ପେଟର ମଧ୍ୟ ବିଶେଷ ଯତ୍ନ ନିଏ । ଏଥିରେ ଥିବା ଫାଇବର ଅଂଶ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦିଏ ଏବଂ ପାଚନ ଶକ୍ତିକୁ ଉନ୍ନତ କରେ । ଏହି ରୁଟି ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରେ ଏବଂ ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରେ ।

    ୫. ଆଇରନ ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର- ବେସନ କେବଳ ପ୍ରୋଟିନ୍ ଏବଂ ଫାଇବରର ଏକ ଭଲ ଉତ୍ସ ନୁହେଁ ବରଂ ଏଥିରେ ଆଇରନ୍ ଭଳି ଅତ୍ୟାବଶ୍ୟକୀୟ ମିନେରାଲ୍ସ ମଧ୍ୟ ରହିଛି । ଏହା ରକ୍ତହୀନତାକୁ ରୋକେ ଏବଂ ହିମୋଗ୍ଲୋବିନ୍ ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ । ଏହି ରୁଟି ବିଶେଷ କରି ମହିଳା ଏବଂ ପିଲାମାନଙ୍କ ପାଇଁ ଲାଭଦାୟକ ହୋଉଥାଏ ।

    କିପରି ତିଆରି କରିବେ ବେସନ ରୁଟି?

    ବେସନ ରୁଟି ତିଆରି କରିବା ବହୁତ ସହଜ । ଆପଣ ଅଳ୍ପ ଜୁଆଣି, ଲୁଣ, କଞ୍ଚା ଲଙ୍କା, ପିଆଜ ଏବଂ ଧନିଆ ମିଶାଇ ବେସନ ରୁଟି ତିଆରି କରିପାରିବେ । ଯଦି ଇଚ୍ଛା ହୁଏ, ତେବେ ଆପଣ କିଛି ଗହମ ଅଟା ମଧ୍ୟ ମିଶାଇ ପାରିବେ । ରୁଟି ତିଆରି ପରେ ଘିଅ କିମ୍ବା ବଟର ସହିତ ଗରମ ଗରମ ପରିବେଷଣ କରନ୍ତୁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    22.7 ° C
    22.7 °
    22.7 °
    98 %
    1.5kmh
    100 %
    Tue
    23 °
    Wed
    26 °
    Thu
    28 °
    Fri
    30 °
    Sat
    28 °

    ସମ୍ବନ୍ଧିତ