Sunday, October 4, 2026
22.7 C
Odisha

    ହଂକଂରେ ଭୟାବହ ଅଗ୍ନିକାଣ୍ଡ: ୯୪ ମୃତ, ଆଗକୁ ବଢ଼ିପାରେ ମୃତକଙ୍କ ସଂଖ୍ୟା

    ଆଗକୁ ପଢନ୍ତୁ

    ହଂକଂ:  ହଂକଂ ତାଇ-ପୋର ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ।  ୪୪ଜଣ ଜୀଅନ୍ତା ଜଳିଯାଇଥିବା ବେଳେ ୩୦୦ଶହରୁ ଅଧିକ ନିଖୋଜ ଅଛନ୍ତି ।  ନିଆଁ ଲିଭାଇବାକୁ ୧୪୦ ଅଗ୍ନିଶମ ଗାଡ଼ି ଲାଗିଥିବା ବେଳେ, ୬୦ରୁ ଅଧିକ ଆମ୍ବୁଲାନ୍ସ ମୁତୟନ ହୋଇଛନ୍ତି । ପ୍ରାୟ ୯ଶହ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୪୫ ଜଣ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।  ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ହଂକଂ ପୋଲିସ ।  ଅଗ୍ନିକାଣ୍ଡ ନେଇ ହଂକଂ ସିଟିରେ ଲେଭଲ ୫ ସର୍ତକ ସୂଚନା ଜାରି ହୋଇଛି । ୧୯୮୦ରେ ନିର୍ମିତ ଏକ ବିଲଡିଂର ମରାମତି କାର୍ଯ୍ୟ ପାଇଁ ବନ୍ଧା ଯାଇଥିବା ବାଉଁଶରେ ନିଆଁ ଲାଗି ଏକାଧିକ ବହୁତଳ କୋଠାକୁ ବ୍ୟାପିଥିଲା ।

    ଏହି ସବୁ ଅଟ୍ଟାଳିକାରେ ପ୍ରାୟ ୪,୬୦୦ରୁ ଅଧିକ ଲୋକ ରହୁଥିବା ବେଳେ, ଅଧିକାଂଶ ବରିଷ୍ଠ ନାଗରିକ ଅଛନ୍ତି ।  ବିଗତ ୩ ଦଶନ୍ଧିରେ ଏହା ହଂକଂର ସବୁଠାରୁ ବଡ଼ ଅଗ୍ନିକାଣ୍ଡ ବୋଲି ସ୍ଥଆନୀୟ ଅଧିକାରୀ ସୂଚନା ଦେଇଛନ୍ତି ।  ଏବେ ସୁଦ୍ଧା ନିଆଁ ନିୟନ୍ତ୍ରଣକୁ ଆସିନଥିବା ବେଳେ, ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।  ଅଗ୍ନିବିପନ୍ନଙ୍କ ପାଇଁ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଏବଂ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇଛି ।  ସରକାର ଏକ ହାଉସିଂ ଟାସ୍କ ଫୋର୍ସ ଗଠନ କରି ବାସହରା ପରିବାରଙ୍କ ପାଇଁ ୧,୪୦୦ଟି ଘରର ବ୍ୟବସ୍ଥା କରିଛନ୍ତି। ଟ୍ରାଫିକ୍ ସମସ୍ୟା ଯୋଗୁଁ ୬ଟି ସ୍କୁଲକୁ ବନ୍ଦ ରଖାଯାଇଛି ।  ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

    ହୁତୁ ହୁତୁ ହୋଇ ଜଳିଗଲା ୭ ନଭଶ୍ଚୁମ୍ଭୀ ଅଟ୍ଟାଳିକା ।  ହଂକଂ ଅଗ୍ନିକାଣ୍ଡରେ ୩୦୦ ଛୁଇଁପାରେ ମୃତ୍ୟୁ ସଂଖ୍ୟା ।  ରେସକ୍ୟୁ ଅପରେସନ ଏବେବି ଜାରିଥିବା ବେଳେ, ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା ।  ୪୪ ଜଣ ଜୀଅନ୍ତା ଜଳିଯାଇଥିବା ବେଳେ, ୫୮ ଜଣଙ୍କ ଗୁରୁତର ଅଛନ୍ତି ।

    ବଢି ଚାଲିଛି ହଂକଂ ଅଗ୍ନିକାଣ୍ଡ ମୃତ୍ୟୁ ସଂଖ୍ୟା । ତାଇ-ପୋ ରେସିଡେଣ୍ଟାଲ କମ୍ପ୍ଲେକ୍ସରେ ନିଆଁ ଲାଗି ଏବେ ସୁଦ୍ଧା ୯୪ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩ଶହ ଲୋକ ଏବେବି ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମରାମତି କାର୍ଯ୍ୟ ଚାଲିଥିବା ବାଉଁଶ ଭାଡିରେ ନିଆଁ ଲାଗି କମ୍ପ୍ଲେକ୍ସର ୭ଟି ବହୁତଳ କୋଠାକୁ ବ୍ୟାପିଥିଲା । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ କରି ହଂକଂ ପୋଲିସ ‘ପ୍ରେଷ୍ଟିଜ୍ କନଷ୍ଟ୍ରକସନ୍ ଆଣ୍ଡ ଇଞ୍ଜିନିୟରିଂ କୋ’ର ତିନି ଜଣ କର୍ମଚାରୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ନିର୍ଦ୍ଦେଶକ ଥିବା ବେଳେ ଜଣେ ଇଞ୍ଜିନିୟରିଂ ପରାମର୍ଶଦାତା ଅଛନ୍ତି । ଘଟଣା ପରେ ହଂକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜନ୍ ଲି ୩୦୦ ନିୟୁତ ହଂକଂ ଡଲାରର ରିଲିଫ୍ ପାଣ୍ଠି ଘୋଷଣା କରିଛନ୍ତି । ଆଗକୁ ମରାମତି ବେଳେ ବାଉଁଶ ଭାରା ବଦଳରେ ଲୁହା କିମ୍ବା ଅନ୍ୟ ଧାତୁ ନିର୍ମିତ ବିକଳ୍ପ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ସି ଜିନପିଙ୍ଗ ଦୁଃଖପ୍ରକାଶ କରିବା ସହ କ୍ଷୟକ୍ଷତି କମ୍ କରିବାକୁ ସବୁ ପ୍ରୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ୧୯୪୮ ମସିହା ପରେ ହଂକଂରେ ଘଟିଥିବା ଏହା ସବୁଠାରୁ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ