Tuesday, March 4, 2025
34.3 C
Odisha

    ହତ୍ୟାକାରୀକୁ ୨୦ ବର୍ଷ ଜେଲ

    ଆଗକୁ ପଢନ୍ତୁ

    ସମ୍ୱଲପୁର : ସମ୍ୱଲପୁର ଧମା ଥାନା ଅଞ୍ଚଳରେ ହୋଇଥିବା ଏକ ହତ୍ୟା ମାମଲାରେ ସମ୍ୱଲପୁର ଶିଶୁ ନ୍ୟାୟାଳୟ ସୋମାବାର ରାୟ ଶୁଣାଇଛନ୍ତି । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦାୟ ଏକ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁସାରେ, ୨୦୨୨ ମାର୍ଚ୍ଚ ମାସ ୭ ତାରିଖରେ ସମ୍ୱଲପୁର ପେନ୍‌ସନ୍‌ପଡ଼ାର କମଲ ବାଗ୍ ଏସ୍‌ଏଚ୍‌ଜି ଟଙ୍କା ମାଗିବାକୁ ଧମା ଥାନା ଗୁଣ୍ଡେରପୁର ବେତ୍ରାପଡ଼ାକୁ ଯାଇଥିଲେ । ଟଙ୍କା ମାଗିବା ବେଳେ କମଲ ବାଗ ଓ ବାସୁଦେବ ବାଗ(୧୭) ଓ ତାଙ୍କ ପରିବାର ସହ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । କମଲଙ୍କୁ ବାସୁଦେବଙ୍କ ସମେତ ତାଙ୍କ ପରିବାର ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ କମଲ ରାସ୍ତା କଡ଼ରେ ପଡ଼ିଥିବାବେଳେ ତାଙ୍କ ଭଉଣୀ ଆରତୀ ବାଗ୍ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଆରତୀ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଅଭିଯୁକ୍ତ ନାବାଳକ ଥିବାରୁ ପୁଲିସ ସୁଧାର ଗୃହକୁ ପଠାଇବା ସହ ଚାର୍ଜସିଟ୍ ଦାଖଲ କରିଥିଲା । ୨୪ ଜଣଙ୍କ ସାକ୍ଷ୍ୟ ଏବଂ ସମସ୍ତ ଦସ୍ତାବିଜ୍‌କୁ ଆଧାର କରି ସମ୍ୱଲପୁର ଶିଶୁ ନ୍ୟାୟାଳୟ ସ୍ୱତନ୍ତ୍ର ବିଚାରପତି ଅଭିଳାଷ ସେନାପତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉକ୍ତ ଦଣ୍ଡାଦେଶ କରିଛନ୍ତି । ଏହି ମାମଲାର ପରିଚାଳନା ସ୍ୱତନ୍ତ୍ର ପିପି ସନ୍ତୋଷ କୁମାର ପଣ୍ଡା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34.3 ° C
    34.3 °
    34.3 °
    11 %
    4kmh
    13 %
    Tue
    35 °
    Wed
    36 °
    Thu
    35 °
    Fri
    36 °
    Sat
    38 °

    ସମ୍ବନ୍ଧିତ