Monday, September 14, 2026
25.9 C
Odisha

    ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ, ଦ୍ବିତୀୟ ଦିନରେ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା

    ଆଗକୁ ପଢନ୍ତୁ

    ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ । ସିଙ୍ଗାପୁର ଗସ୍ତର ଦ୍ବିତୀୟ ଦିନରେ ଉପ ପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ବ୍ୟବସାୟ ମନ୍ତ୍ରୀ ଗାନ କିମ ୟଙ୍ଗ ଓ ବୈଦେଶିକ ମନ୍ତ୍ରୀ ସିମ ଆନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫୋକସରେ ରହିଛି ପେଟ୍ରୋକେମିକାଲ୍ ସ, କେମିକାଲ୍ସ, ଇନଫ୍ରାଷ୍ଟ୍ରକଚରଓ ଲଜିଷ୍ଟିକ ସେକ୍ଟର । ଜୁରଙ୍ଗ ପେଟ୍ରୋକେମିକାଲ୍ସ କଂପ୍ଲେକ୍ସ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।

    ସିଙ୍ଗାପୁରରୁ ଆସିବ ଶିଳ୍ପ ପାଇଁ ଓଡ଼ିଶାକୁ ପୁଞ୍ଜି । ଫୋକସରେ ପେଟ୍ରୋକେମିକାଲ୍ ସ, କେମିକାଲ୍ ସ, ଇନଫ୍ରାଷ୍ଟ୍ରକଚରଓ ଲଜିଷ୍ଟିକ ସେକ୍ଟର । ଉତ୍କର୍ଷ ଓଡ଼ିଶା- ମେକଇନ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ଓଡିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିମନ୍ତ୍ରଣ । ସିଙ୍ଗାପୁର ଗସ୍ତର ଦ୍ବିତୀୟ ଦିନରେ ଶିଳ୍ପ ପାଇଁ ଅପାର ସମ୍ଭାବନା ଥିବା ଓଡିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି। ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ବ୍ୟବସାୟ ମନ୍ତ୍ରୀ ଗାନ କିମ ୟଙ୍ଗଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

    ସାକ୍ଷାତ ବେଳେ ଓଡ଼ିଶାର ସ୍ବର୍ଣ୍ଣିମ ନୌବାଣିଜ୍ୟ ପରମ୍ପରା ଓ ବାଲିଯାତ୍ରା ସଂପର୍କରେ ବଖାଣିଥିଲେ। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ବ୍ୟବସ୍ଥା, ସୁବିଧା ଓ ଭିତ୍ତିଭୂମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ମାଝୀ । ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପ୍ରତିନିଧିମଣ୍ଡଳ ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ସିମ ଆନଙ୍କ ସହ ଆଲୋଚନା କରିଥିଲେ। ସିଙ୍ଗାପୁର ସରକାର ଓ ITEESର ସହଯୋଗରେ ଓଡ଼ିଶାରେ ୱାର୍ଲଡ ସ୍କିଲ ସେଣ୍ଟର ସ୍ଥାମନ ହୋଇଛି। ଏହା ସଫଳ ସହଭାଗିତାର ଏକ ଉଜ୍ଜଳ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଅର୍ବାନ ମୋବିଲିଟି, ଗ୍ରୀନ ସିପିଂ କରିଡର ଓ ପେଟ୍ରୋକେମିକାଲସ କଂପ୍ଲେକ୍ସ ନେଇ ସହଭାଗିତା ଦୃଢ କରିବା ଉପରେ ଜୋର ଦେଇଛନ୍ତି ମୋହନ ମାଝୀ ।

    ପରେ ସିଙ୍ଗାପୁର ମନିଟାରୀ ଅଥରିଟିର ଚିଫ ଫିନଟେକ ଅଫିସର ସ୍ବପ୍ନେନ୍ଦୁ ମହାନ୍ତିଙ୍କ ସହ ୱାନ ଚୁ ୱାନ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଦ୍ରୁତ ଅର୍ଥନୀତିରେ ଫିନଟେକ ସେକ୍ଟରର ନୂଆ ପରିକଳ୍ପନା ସହାୟତା କରିବ ବୋଲି ମତ ପ୍ରକାଶ ପାଇଥିଲା। ଏହା ସହ ଓଡ଼ିଶାର ଶିଳ୍ପଦ୍ୟୋଗୀ ଓ ସିଙ୍ଗାପୁରର ବିଭିନ୍ନ ଫାର୍ମ ମଧ୍ୟରେ ବାଣିଜ୍ୟ ସହଭାଗିତା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ଜୁରଙ୍ଗ ପେଟ୍ରୋକେମିକାଲ୍ ସ କଂପ୍ଲେକ୍ସ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ। ଓଡ଼ିଶାର ପୂର୍ବ ଉପକୂଳରେ ସାମୁଦ୍ରିକ ପରିବହନ ପାଇଁ ଏକ ଗେଟୱେ। ଏହି ସାମୁଦ୍ରିକ ପରିବହନ ପଥ ଏସିଆନ ବଜାର ସହ ଯୋଗାଯୋଗକୁ ସୁଗମ କରିବ। ରପ୍ତାନୀ କ୍ଷେତ୍ରରେ ବାଣିଜ୍ୟ, ଇଣ୍ଡଷ୍ଟ୍ରିଆଲ ହବ୍ ର ବିକାଶ ଓ ବନ୍ଦର ଭିତ୍ତିଭୂମିର ବିକାଶ ନେଇ ଗୁରୁତ୍ବାରୋପ କରିଥିଲେ ମୁଖ୍ୟମନ୍ତ୍ରୀ।

    ୨୦୨୫ ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା କନକ୍ଲେଭ। ଏହି ଶିଳ୍ପ ମହାକୁମ୍ଭ ମାଧ୍ୟମରେ ଓଡିଶାରେ ପୁଞ୍ଜିନିବେଶ ପାଇଁ ରାଜ୍ଯ ସରକାର ରୋଡ ସୋ ଓ ୱାନଟୁ ୱାନ ଆଲୋଚନା ମାଧ୍ୟମରେ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି । ପ୍ରଥମେ ନୂଆଦିଲ୍ଲୀ, ମୁମ୍ବାଇ ପରେ ଏବେ ସିଙ୍ଗାପୁରରେ ରୋଡ ସୋ କରୁଛନ୍ତି ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ