Thursday, April 2, 2026
26 C
Odisha

    ହରଭଙ୍ଗାରେ ସାପ କାମୁଡ଼ାରେ ଜଣେ ମୃତ

    ଆଗକୁ ପଢନ୍ତୁ

    ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ କମ୍ଭୁନାଥପୁର ସୁଦ ସାହିର ଜୟଦେବ ନାୟକ (୪୦)ଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟ ହୋଇଛି।

    ସୂଚନା ଅନୁଯାୟୀ ଗତକାଲି ଜୟଦେବ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଥିଲା। ଏଥିରେ ଜୟଦେବ ଗୁରୁତର ହେଇଥିଲେ। ତାଙ୍କୁ ପରିବାର ଲୋକେ ରାତି ପ୍ରାୟ ୧୨ଟା ସମୟରେ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆଜି ସକାଳେ ହରଭଙ୍ଗା ଥାନା ପୁଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିଲେ। ଏ ସମ୍ପର୍କରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ରଜତ ମହାନନ୍ଦିଆଙ୍କୁ ପଚାରିବାରୁ ମେଡିକାଲରେ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ