Sunday, October 11, 2026
28.3 C
Odisha

    ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ ହେଲେ ଅଢେଇ ବର୍ଷର ଝିଅ ଲାବଣ୍ୟା

    ଆଗକୁ ପଢନ୍ତୁ

    ବୌଦ୍ଧ  :   କୁନି ତୁଣ୍ଡରେ ଭଗବାନଙ୍କ ଶ୍ଳୋକ । ବୟସ କେବଳ ଅଢେଇ ହେଲେ କହି ପାରୁଛନ୍ତି ଅନେକ କଥା । କୁନି ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ ହେଲେ ଅଢେଇ ବର୍ଷର ଝିଅ ଲାବଣ୍ୟା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲି ପଦର ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଝୋଲ ଭଳି ଏକ ଉପାନ୍ତ ଗାଁର ଅଢେଇ ବର୍ଷର ଝିଅ ଲାବଣ୍ୟା ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

    ସୂଚନା ଅନୁସାରେ ଡଙ୍ଗାଝୋଲ ଗାଁର ପ୍ରେମାଂଶୁ ପଣ୍ଡା ଓ ମାଆ ଝରଣା ପଣ୍ଡାଙ୍କ ଝିଅ ଲାବଣ୍ୟା ୨୪ ଗୋଟି ଫଳର ନାମ, ୨୫ଟି ପନିପରିବା, ୧୨ ଗୋଟି ବୃତ୍ତି, ୧୫ ଫୁଲ, ୧୨ ଗୋଟି ଗୃହପାଳିତ ପଶୁ, ୨୫ଜଣ ଜାତୀୟ ନେତା, କ୍ରମାନ୍ୱୟରେ ଇଂରାଜୀର ୨୬ ଅକ୍ଷର, ଦେଶର ୨୮ ଗୋଟି ରାଜ୍ୟର ରାଜଧାନୀ, ଓଡ଼ିଶାର ୩୦ ଜିଲ୍ଲା, ୧୮ଟି ଜାତୀୟ ଚିହ୍ନ, ୮ଟି ମନ୍ତ୍ର, ଇଂରାଜୀ ନର୍ସରୀ ରାଇମ୍ସ, ୩୪ ସାଧାରଣ ଜ୍ଞାନର ଉତ୍ତର, ୨ ଏବଂ ୩ର ଗୁଣନ ସାରଣୀ ଆଦି ନିର୍ଭୁଲ ଭାବରେ କହି ଏହି ପ୍ରତିଭାର ଅଧିକାରିଣୀ ହୋଇ ପାରିଛନ୍ତି ।

    ଅଜା ସତ୍ୟନାରାୟଣ ପଣ୍ଡା ଲାବଣ୍ୟାକୁ ଖେଳାଇବା ବେଳେ ଶବ୍ଦ ଗୁଡ଼ିକର ଶିକ୍ଷା ଦେଇଥିଲେ । ଖେଳ ଖେଳରେ ସବୁକୁ ଠିକ ଭାବେ ମନେରଖି ପାରିଥିଲେ ଲାବଣ୍ୟା । ତେବେ କୁନି ଶିଶୁ ହୋଇଥିଲେ ବି ଏପରି ମନେ ରଖିବାକୁ ଦେଖି ମା’ ମଧ୍ୟ ଲାବଣ୍ୟାଙ୍କୁ ପଢ଼ାଇଥିଲେ । ଏପରି ପ୍ରତିଭାକୁ ନେଇ ସେ ଇଣ୍ଡିଆ ବୁକ ଅଫ ରେକର୍ଡକୁ କିଛି ଭିଡିଓ ପଠାଇ ଥିଲେ । ତେବେ ଗତ କାଲି ଇଣ୍ଡିଆ ବୁକ ଅଫ ରେକର୍ଡରେ ମନୋନୀତ ହୋଇଥିବା ନେଇ ମା’ ଝରଣାଙ୍କୁ ଇମେଲ ମାଧ୍ୟମରେ  ସୂଚନା ଦିଆ ଯାଇଛି । କଣ୍ଟାମାଳ ବ୍ଲକ ଭଳି ଏକ ଉପାନ୍ତ ଅଞ୍ଚଳର କୁନି ଝିଅ ଏଭଳି ଜାତୀୟ ସ୍ତରର ରେକର୍ଡରେ ସାମିଲ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାରେ ସୁଅ ଛୁଟୁଛି । ଲାବଣ୍ୟାଙ୍କ ବାପା ମାଆ, ପରିବାର ସହ ଗ୍ରାମବାସୀ ବେଶ୍ ଖୁସି ଅଛନ୍ତି । ଏହି କୁନି ପ୍ରତିଭା ପ୍ରତି ଯଦି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତି ତେଵେ ଆହୁରି ଆଗକୁ ଯାଇପାରନ୍ତେ ଲାବଣ୍ୟା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ