Sunday, October 4, 2026
28.6 C
Odisha

    ହଷ୍ଟେଲରେ JEE ଛାତ୍ରଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ: ଆମ ପୁଅ ଭଲ ପାଠ ପଢୁଥିଲା, କହିଥିଲା ଯେତେ ଖର୍ଚ୍ଚ ହେଉଛି ମୋତେ ପଢ଼ାଅ । ମୁଁ ଆଇଆଇଟିରେ ଚାକିରି କରି ସବୁ ଶୁଝିଦେବି । ହେଲେ କିଏ ଜାଣିଥିଲା ଏମିତି ହେବ ବୋଲି । ପୁଅ ଭଲ ପାଠ ପଢୁଥିଲା ବୋଲି ତାକୁ ମାରି ଦେଇଛନ୍ତି । ଏକଥା ଆମେ କହୁନୁ ଆଜ୍ଞା, ଏକଥା ଭେଣ୍ଡିଆ ପୁଅକୁ ହରାଇଥିବା ଗୋଟିଏ ହତଭାଗିନୀ ମାର’…

    ପୁଅ ରାଜସ୍ଥାନ କୋଟାରେ ରହି ଜେଇଇ(JEE) କୋଚିଂ ନେଉଥିଲା। ହେଲେ ରାତି ୧୨ଟାରେ ଭଲରେ କଥା ହୋଇଥିବା ପୁଅର ଫୋନ ହଠାତ୍ ରାତି ୨ଟା ପରଠୁ ଲାଗିନଥିଲା । ଘରଲୋକ ପୁଅର ନମ୍ବର ଲାଗିଲାନି ବୋଲି ୨ ଦିନ ବାରମ୍ବାର ଫୋନ ଲଗାଇଥିଲେ । ହେଲେ କିଛି ଲାଭ ହୋଇନଥିଲା । ତା’ଦୁଇ ଦିନ ପରେ ଥାନାରୁ ଫୋନ୍ ଆସିଥିଲା କି ପୁଅର ମୃତ୍ୟୁ ହୋଇଯାଇଛି । ଏକଥା ଶୁଣିବା ପରେ ଘର ଲୋକଙ୍କ ପାଦ ତଳୁ ମାଟି ଖସିଗଲା । ଏତେ ଭଲ ପୁଅର କଣ ହୋଇଗଲା ? ଆମେ କେମିତି ନ ଜାଣିପାରିଲୁ । ହଷ୍ଟେଲରେ ପୁଅ ଜୀବନ ହାରିଥିବା କଥା ଥାନାରୁ ଖବର ଆସିବା ପରେ ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଗଲେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ।

    ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଗାଁର କୁଶ ଗିରିଙ୍କ ପୁଅ ଅଭିଜିତ ଗିରି । ରାଜସ୍ଥାନରେ JEE) କୋଚିଂ ନେଉଥିଲେ। ସେ ହଷ୍ଟେଲରେ ମୃତ୍ୟୁବରଣ କରିଛନ୍ତି । ଅଭିଜିତଙ୍କ ବାପା ଏବଂ ଅନ୍ୟମାନେ ପୁଅର ମୃତଦେହ ଆଣିବାକୁ ଯାଇଥିବା ବେଳେ ଏଣେ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ମୃତକ ଅଭିଜିତ ଜଣେ ମେଧାବୀ ଛାତ୍ର ଥିବା ବେଳେ ତାଙ୍କୁ ହତ୍ୟା କରି ଜୀବନ ହାରିଥିବା ରୂପ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହିତ ଏହାର ବିଧିବଦ୍ଧ ତଦନ୍ତ ହେବା ଜରୁରୀ ।ଅଭିଜିତ କେବଳ ପାଠ ଉପରେ ଧ୍ୟାନ ଦେଉଥିବା ବେଳେ ସେ କେବେ ଜୀବନ ହାରି ପାରିବେନି ଏବଂ ତାଙ୍କୁ ଚାପ ଦିଆଯାଇ ହତ୍ୟା କରାଯାଇଥିବା କହିଛନ୍ତି ପରିବାର ସଦସ୍ୟ ଓ ପଡୋଶୀ । ଆହୁରି ମଧ୍ୟ କହିଛନ୍ତି ପୁଅର ରୁମ୍ ପରିବତ୍ତର୍ନ କରିଲେ ସେ ବିଷୟରେ ଆମକୁ ଜଣେଇଲେ ନାହିଁ । ଆମ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଆମ ପୁଅ ତ ଆମ ପାଖକୁ ଆଉ ଫେରି ପାରିବନି ଆମକୁ ନ୍ୟାୟ ଦରକାର । ଆମ ଭଳି ଅନ୍ୟ କୌଣସି ବାପା ମା’ ଏମିତି ତାଙ୍କ ପୁଅକୁ ନ ହରାନ୍ତୁ । ତେଣେ ଅଭିଜିତଙ୍କ ମୃତ୍ୟୁ ଖବର ମିଳିବା ପରେ ଗାଁ ରେ ପୂରା ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସମସ୍ତେ ଜଗିଛନ୍ତି କେବେ ଫେରିବ ଅଭିଜିତଙ୍କ ମର ଶରୀର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ