Wednesday, June 24, 2026
27.1 C
Odisha

    ନାଳରୁ ଜଣେ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଜଡ଼ା ଗାଁର ଏକ ନାଳରୁ ଜଣେ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

    ସୂଚନା ଅନୁସାରେ ଜଡା ଗ୍ରାମର ରାଜୁ ମୁଣ୍ଡାର ୪ ବର୍ଷର ଝିଅ ଗୁରୁବାର ଅପରାହ୍ନରେ ଖେଳିବା ପାଇଁ ଘରୁ ବାହାରକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲା । ଫଳରେ ଘର ଲୋକ ପାଖ ପଡେ଼ାଶୀ ସବୁଆଡେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ସେ ଦିନ ସନ୍ଧ୍ୟାରେ ଆଉ ପାଇନଥିଲେ । ପରଦିନ ମଧ୍ୟ ଅନେକ ଖୋଜାଖୋଜି କଲା ପରେ ଘରଠାରୁ କିଛି ଦୂରରେ ଚାଷ ଜମିରେ ଥିବା ଗାଢ଼ରେ କନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ତେବେ ଝିଅକୁ ହତ୍ୟା ପରେ ଫିଙ୍ଗିଥିବା ଦେଇଥିବା ନେଇ ପରିବାର ପକ୍ଷରୁ ଗୁରୁଣ୍ଡିଆ ଥାନାରେ ଅଭିଯୋଗ କରାଯାଇଛି । ୪ ବର୍ଷର ଝିଅକୁ ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତିଙ୍କୁ ଅଟକ ରଖିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    70 %
    1.8kmh
    100 %
    Wed
    37 °
    Thu
    38 °
    Fri
    37 °
    Sat
    39 °
    Sun
    38 °

    ସମ୍ବନ୍ଧିତ