Saturday, October 10, 2026
24.4 C
Odisha

    ହସପିଟାଲରେ ଭର୍ତ୍ତି ହେଲେ ଅଭିନେତା ଧର୍ମେନ୍ଦ୍ର,

    ଆଗକୁ ପଢନ୍ତୁ

    ମୁମ୍ବାଇ  :   ବଲିଉଡରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ରାତିରେ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ହେବା ଯୋଗୁଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

    ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।  ତେବେ ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ରହିଛି । ଏବେ ଚିନ୍ତା କରିବାର କୌଣସି କଥା ନାହିଁ । ତାଙ୍କ ପାରାମିଟର ଠିକ୍ ରହିଛି ବୋଲି ଧର୍ମେନ୍ଦ୍ରଙ୍କ ଦେଖାଶୁଣା କରୁଥିବା ଡାକ୍ତର ଷ୍ଟାଫ କହିଛନ୍ତି ।ଚଳିତବର୍ଷ ଆରମ୍ଭରେ ଧର୍ମେନ୍ଦ୍ରଙ୍କ ଆଖି ସର୍ଜରୀ ହୋଇଥିଲା । ହସପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରଲ ହୋଇଥିଲା ।୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଏବଂ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ