Friday, October 2, 2026
22.9 C
Odisha

    ହାଇକୋର୍ଟଙ୍କ ଚେତାବନୀ ନିର୍ଦେଶ ପାଳନ ନ ହେଲେ ଅଧିକାରୀଙ୍କ ଦରମା ବନ୍ଦ

    ଆଗକୁ ପଢନ୍ତୁ

    କଟକ  : ଓଡ଼ିଶା ହାଇକୋର୍ଟ ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ସରକାରୀ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦେଶ ଅନୁଯାୟୀ ସୁଧ ଅର୍ଥ ପ୍ରଦାନ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ଶୁଣାଣି ସୁଦ୍ଧା ନିର୍ଦେଶ ପାଳନ ନ ହେଲେ ସମ୍ପୃକ୍ତ ଅଧିକାରୀମାନଙ୍କ ଦରମା ବନ୍ଦ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅଲିଭା ଦାସଙ୍କ ପକ୍ଷରୁ ରୁଜୁ ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଜଷ୍ଟିସ କୃଷ୍ଣ ଏସ. ଦୀକ୍ଷିତ ଏହି ଆଦେଶ ଦେଇଛନ୍ତି।

    ଅଲିଭା ଦାସଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ରିଟ୍ ପିଟିସନର ଶୁଣାଣି କରି ହାଇକୋର୍ଟ ୨୦୨୫ ନଭେମ୍ବର ୧୪ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଥିଲେ। ଏହି ନିର୍ଦେଶରେ ଆବେଦନକାରୀଙ୍କୁ ସୁଧ ଅର୍ଥ ପ୍ରଦାନ କରିବା ପାଇଁ କୁହାଯାଇଥିଲା। ତେବେ ଏହାକୁ କାର୍ଯ୍ୟକାରୀ କରା ନ ଯିବାରୁ ଅଲିଭା ଦାସ ଅଦାଲତ ଅବମାନନା ମାମଲା କରିଥିଲେ। ଶୁଣାଣି ସମୟରେ କଟକ ଡିଇଓ ମଧ୍ୟ ଉପସ୍ଥିତ ଥିଲେ। ସୁଧ ରାଶି ପ୍ରଦାନ ପାଇଁ ସରକାରଙ୍କ ସହ ଆଲୋଚନା ଚାଲିଥିବାରୁ କିଛି ସମୟ ଦେବାକୁ ସେ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ