Thursday, September 19, 2024
25.2 C
Odisha

    ହାଓଡ଼ା- CSMT ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ୍

    ଆଗକୁ ପଢନ୍ତୁ

    ରାଞ୍ଚି : ଝାଡ଼ଖଣ୍ଡ ଚକ୍ରଧରପୁର ନିକଟରେ ହାଓଡ଼ା- CSMT  ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍ ଟ୍ରେନର ୧୮ଟି କୋଚ୍ ଲାଇନଚ୍ୟୁତ୍ ହୋଇଛି । ଏଥିରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରିଲିଫ୍ ଏବଂ ରେସ୍କ୍ୟୁ ଅପରେସନ ଜାରି ରହିଛି । ସମସ୍ତ ଆହତଙ୍କୁ ରାଞ୍ଚି ସ୍ଥିତ RIMS ହସ୍ପିଟାଲ ତଥା ଚକ୍ରଧରପୁର ନିକଟସ୍ଥ ସରକାରୀ ତଥା ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି ।ସୂଚନାରୁ ପ୍ରକାଶ ଆଜି ଭୋର ୩ଟା ୪୫ ମିନିଟ ପାଖାପାଖି ଝାଡ଼ଖଣ୍ଡ ଚକ୍ରଧରପୁର ଡିଭିଜନର ଦକ୍ଷିଣ- ପୂର୍ବ ରେଳବାଇର ରାଜଖରସୁଆଁ- ବଡ଼ବାମ୍ବୁ ଷ୍ଟେସନ ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଟ୍ରେନଟି ହାଉଡ଼ାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ପୂର୍ବରୁ ଲାଇନଚ୍ୟୁତ୍ ୱାଗନ୍ ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରେଳବାଇ ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ୍ ନମ୍ବର ହେଲା ଟାଟାନଗର- ୦୬୫୭-୨୨୯୦୩୨୪, ଚକ୍ରଧରପୁର- ୦୬୫୮-୭୨୩୮୦୭୨, ରାଉରକେଲା- ୦୬୬୧- ୨୫୦୧୦୭୨/୨୫୦୦୨୪୪, ହାଓଡ଼ା-୯୪୩୩୩୫୭୯୨୦/୦୩୩୨୬୩୮୨୨୧୭, ରାଞ୍ଚି- ୦୬୫୧-୨୭-୮୭୧୧୫, ହାଓଡ଼ା ହେଲ୍‌ପ ଡେସ୍କ- ୦୩୩-୨୬୩୮୨୨୧୭/୯୪୩୩୩୫୭୯୨୦, SHM Help Desk- ୬୨୯୫୫୩୧୪୭୧/୭୫୯୫୦୭୪୪୨୭, ଖଡ଼କପୁର ହେଲ୍ପ ଡେସ୍କ ନମ୍ବର- ୦୩୨୨୨-୨୯୩୭୬୪, CSMT ହେଲ୍ପଲାଇନ୍ ଅଟେ ନମ୍ବର-୫୫୯୯୩, P&T – ୦୨୨-୨୨୬୯୪୦୪୦, ମୁମ୍ବାଇ- ୦୨୨-୨୨୬୯୪୦୪୦ ଓ ନାଗପୁର-୭୭୫୭୯୧୨୭୯୦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ