Saturday, April 4, 2026
29 C
Odisha

    ହାଡ଼କୁ ମଜୁବତ କରିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାରୁ ମୁକ୍ତି ପାଇଁ ପ୍ରତିଦିନ ଗ୍ରହଣ କରନ୍ତୁ ସୂର୍ଯ୍ୟଙ୍କ କିରଣ, ଶୀଘ୍ର ମିଳିବ ଫାଇଦା

    ଆଗକୁ ପଢନ୍ତୁ

    କୁହାଯାଏ ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟଙ୍କ କିରଣରେ ଅନେକ ରୋଗ ଭଲ ହୋଇଥାଏ। ସମସ୍ତେ ସୁସ୍ଥ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଭୋର ସମୟରୁ ଉଠି ସୂର୍ଯ୍ୟଙ୍କ କିରଣ ପାଇବା ଉଚିତ। ଏମିତି କଲେ ଆପଣ ନିରୋଗ ରହିବେ। ତେବେ ଆପଣ ଭିଟାମିନ ଡି କଥା ଶୁଣିଥିବେ ଯାହାକି ସୂର୍ଯ୍ୟଙ୍କ କିରଣରୁ ମିଳେ। ଯଦି ଆପଣପାଖେ ଆଣ୍ଠୁ ଗଣ୍ଠି , ହାଡ ଗୋଡ଼ ସମ୍ବନ୍ଧୀୟ ଅବା ମାନସିକ ଚିନ୍ତା ଗ୍ରସ୍ତ ରହୁଛନ୍ତି ତେବେ ପ୍ରତିଦିନ ଭୋର ସମୟରୁ ଉଠି ସୂର୍ଯ୍ୟଙ୍କର କିରଣକୁ ଉପଭୋଗ କରନ୍ତୁ।

    ଆଜି ଆମେ ଆପଣଙ୍କୁ ଏପରି ୫ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଶରୀରରେ ଭିଟାମିନ୍ D ର ଅଭାବକୁ ସୂଚାଇ ଥାଏ । ଯଦି ଆପଣ ବି ନିଜ ଶରୀରରେ ଏହିସବୁ ଲକ୍ଷଣ ଦେଖୁଛନ୍ତି ତାହେଲେ ତୁରନ୍ତ ସୂର୍ଯ୍ୟଙ୍କ ନିକଟକୁ ଯାଆନ୍ତୁ ଏବଂ ଭିଟାମିନ୍ ଡି ଅଭାବକୁ ପୂର୍ଣ୍ଣ କରିବା ପାଇଁ ନିୟମିତ ଭାବେ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ଗ୍ରହଣ କରନ୍ତୁ । ଏବେ ଜାଣନ୍ତୁ ସେହି ଲକ୍ଷଣ ସମ୍ପର୍କରେ-

    ହାଡ଼ ଏବଂ ମାଂସପେଶୀ ଦୁର୍ବଳତା:

    ଯଦି ଆପଣ ହାଡରେ ଯନ୍ତ୍ରଣା ଏବଂ ଦୁର୍ବଳତା ସହିତ ମାଂସପେଶୀରେ କ୍ରମାଗତ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ଭିଟାମିନ୍ ଡି ଅଭାବରୁ ହୋଇପାରେ । ହାଡ ଏବଂ ମାଂସପେଶୀ ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଏବଂ ହାଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

    ଉଚ୍ଚ ରକ୍ତଚାପ : ଯଦି ଆପଣଙ୍କ ଶରୀରରେ ଭିଟାମିନ୍ D ର ଅଭାବ ଥାଏ । ତେବେ ଏହା ଆପଣଙ୍କ ରକ୍ତଚାପ ଉପରେ ପ୍ରଭାବ ପକାଇପାରେ । ଏହାର ଅଭାବରେ ଅନେକ ସମୟରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି କରିଥାଏ ।

    ମନ ଉପରେ ପ୍ରଭାବ : ଶରୀରରେ ଭିଟାମିନ୍ ଡି ଅଭାବ ଆପଣଙ୍କ ମନୋବଳକୁ ସିଧାସଳଖ ପ୍ରଭାବିତ କରିଥାଏ । ଏହାର ଅଭାବ ଶରୀରରେ ସେରୋଟୋନିନ୍ ହରମୋନ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ ଯାହାକି ଆପଣଙ୍କ ମୁଡ଼ ଚେଞ୍ଜ ପାଇଁ ଦାୟୀ ହୋଇପାରେ ।

    ଥକ୍କାପଣ : ଯଦି ଆପଣ କ୍ରମାଗତ ଭାବରେ କ୍ଳାନ୍ତ ଅନୁଭବ କରୁଛନ୍ତି ଏବଂ ଆଳସ୍ୟ ଅନୁଭବ କରୁଛନ୍ତି, ତେବେ ଶରୀରରେ ଭିଟାମିନ୍ Dର ସ୍ତର ଯାଞ୍ଚ କରନ୍ତୁ । କାରଣ ଶରୀରରେ ଭିଟାମିନ୍ ଡି ଅଭାବ ହେଲେ ଏହିସବୁ ଲକ୍ଷଣ ଦେଖାଯାଇଥାଏ ।

    ଷ୍ଟ୍ରେସ ଓ ଦୁଃଖ : ସାଧାରଣତଃ ମହିଳାମାନଙ୍କଠାରେ ଭିଟାମିନ୍ ଡି ଅଭାବ ହେତୁ ଚାପର ସମସ୍ୟା ଉପୁଜେ ଏବଂ ଏହି କାରଣରୁ ସେମାନେ ନିରନ୍ତର ଦୁଃଖ ଅନୁଭବ କରନ୍ତି । କାରଣ ମହିଳାମାନଙ୍କଠାରେ ଭିଟାମିନ୍ ଡି ଅଧିକ ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ