Monday, September 8, 2025
29.8 C
Odisha

    ହାଡ ଜନିତ ସମସ୍ୟାରୁ ଦେଇଥାଏ ମୁକ୍ତି ଦିଏ ଆଖୁରସ

    ଆଗକୁ ପଢନ୍ତୁ

    ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ରହିବାକୁ କିଏ ବା ନଚାହେଁ ।  ଶରୀର ସୁସ୍ଥ ରହିଲେ ଆମକୁ ଫୂର୍ତ୍ତି ଅନୁଭବ ହୋଇଥାଏ । ସେଥିପାଇଁ ଅଧିକାଂଶ ଲୋକ ଅନେକ ଉପଚାରକୁ ଆପଣାଇ ଥାଆନ୍ତି । କିଏ ଜିମ୍ ଯାଆନ୍ତି ତ ଆଉ ପୁଣି କିଏ ପୋଷକଯୁକ୍ତ ଖାଦ୍ୟ ତାଙ୍କ ଖାଇବା ଲିଷ୍ଟରେ ଆଡ୍ କରିଥାଆନ୍ତି ।  ତେଣୁ ପନିପରିବାଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଜିନିଷ ଆମ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ । ସୁସ୍ଥ ଶରୀର ପାଇଁ ଜୁସ ମଧ୍ୟ ଖୁବ ଲାଭକାରୀ । ଖାଲି ଫଳ ନୁହେଁ ପନିପରିବା ଜୁସ ବି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ । ଋତୁ ଅନୁସାରେ ମିଳୁଥିବା ଫଳ ଜୁସ ପିଇଲେ ଶରୀରକୁ ଆବଶ୍ୟକ ମୁତାବକ ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ କିଛି ଫଳ ଏମିତି ଅଛି ଯାହାର ଜୁସ ବର୍ଷର ଯେକୌଣସି ସମୟରେ ବି ପିଇଲେ ଆପଣଙ୍କ ଶରୀରକୁ ଫାଇଦା ମିଳିଥାଏ । ଆପଣ ମାନେ ତ ଆଖୁ ଖାଇଥିବେ ଆଉ ଏହାର ଜୁସ ବି ପିଇଥିବେ । ଶୀତଋତୁରେ ଏହାର ରସ ଶରୀରକୁ ପୋଷକ ଯୋଗାଇଥିବା ବେଳେ ଗରମ ଦିନରେ ଏହା ଥଣ୍ଡା ରଖିଥାଏ । ଖାଲି ସେତିକି ନୁହେଁ ଶରୀରର ଇମ୍ୟୁନିଟିକୁ ବଢ଼ାଇଥାଏ । ଆଉ ସବୁଠୁ ବଡ କଥା ହେଉଛି ଆଖୁରସରେ ଫ୍ୟାଟ ଖୁବ କମ ପରିମାଣରେ ଥାଏ । ତେବେ ଆସନ୍ତୁ ଆଖୁର ଆଉ କିଛି ଉପକାରୀ ଗୁଣ ବିଷୟରେ ଜାଣିବା   :-

    ଆଖୁରସରେ କିଛି ଲେମ୍ବୁରସ ସହ ହାଲୁକା ସୈନ୍ଧର୍ବ ଲବଣ ମିଶାଇ ପିଇଲେ ଶରୀରକୁ ଏନର୍ଜି ମିଳିଥାଏ | ଆଉ ମଧ୍ୟ ଆଖୁରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହା ସହ ଫ୍ରେସ ଆଖୁ ରସ ପିଇଲେ ଜଣ୍ଡିସ, ଆନିମିଆ, ଏସିଡ଼ିଟି ପରି ରୋଗରୁ ମୁକ୍ତି ମିଳିଥାଏ  । ପେଟ ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଆଖୁରେ ପ୍ରଚୁର ଗ୍ଲୁକୋଜ ଥିବାରୁ ଏହା ଶରୀରର ଗ୍ଲୁକୋଜକୁ ବାଲାନ୍ସ କରିଥାଏ । ତେଣୁ ଏହାକୁ ଡାଇବେଟିସ ରୋଗୀ ମାନେ ମଧ୍ୟ ପିଇପାରିବେ । ଆଉ ଏଥିରେ କୌଣସି ପ୍ରକାର କେମିକାଲ ନଥାଏ । ଯାହା ପ୍ରାକୃତିକ ମିଠାରେ ପରିପୂର୍ଣ୍ଣ ।

    ଏହା ବ୍ୟତୀତ ଅନେକ ବଡ ବଡ ରୋଗ ପାଇଁ ଆଖୁରସ ଗୁଣକାରୀ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଜଣ୍ଡିଜ ରୋଗୀ ମାନେ ନିୟମିତ ଭାବରେ ଏହାର ରସ ପିଇଲେ ସେମାନଙ୍କ ଲିଭର ସୁସ୍ଥ ରହିଥାଏ । ଯାହାକୁ ଲିଭରର ସଂଜୀବନୀ  ଭାବେ ପ୍ରମାଣିତ ହୋଇଛି । ଆଖୁ ରସ ଇମ୍ୟୁନିଟି ବୃଦ୍ଧି କରିବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଖୁବ କମ ଲୋକ ଜାଣନ୍ତି ଆଖୁ ରସ ତ୍ୱଚାରେ ଚମକ ଆଣିପାରେ ।  ଆଖୁ ରସ ପିଇବା ଦ୍ୱାରା ବ୍ରଣ ଆଦିରୁ ମଧ୍ୟ ମୁକ୍ତି ମିଳିଥାଏ । ଆଖୁରସ ପିଇଲେ ଏହା ରକ୍ତ ସଫା କରିବା ସହ ଏଥିରେ ଥିବା କ୍ୟାଲସିୟମ, ମ୍ୟାଗନେସିୟମ, ଫସରଫରସ, ଆଇରନ, ପୋଟାସିୟମ ଆମ ହାଡ ମଜବୁତ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.8 ° C
    29.8 °
    29.8 °
    69 %
    2kmh
    56 %
    Mon
    30 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ