Tuesday, March 11, 2025
20.3 C
Odisha

    ହାତଗୋଡ଼ ବାନ୍ଧି ଟଙ୍କା ଓ ଅଳଙ୍କାର ଲୁଟିନେଲେ

    ଆଗକୁ ପଢନ୍ତୁ

    ସୋର : ବରୀ-ତିରୁଖୁଆ ରାସ୍ତା ପାଶ୍ୱର୍ରେ ଥିବା କୋଠା ଘରୁ ମାଲିକର ହାତଗୋଡ଼ ବାନ୍ଧି ଭୁଜାଲି ଏବଂ ବନ୍ଧୁକ ଦେଖାଇ ଗହଣା ସହିତ ନଗଦ ଟଙ୍କା ଲୁଟି ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତର ତିରଖୁଆ ଗ୍ରାମରେ । ବରୀରୁ ବେତଡ଼ା ଯିବା ରାସ୍ତା କଢ଼ରେ ତିରୁଖୁଆ ଠାରେ ଘର କରି ରହୁଥିବା ଗୌରାଙ୍ଗ ପ୍ରସାଦ ରାୟ ଗତକାଲି ବିଳମ୍ୱିତ ରାତିରେ ଏକୁଟିଆ ଘରେ ଶୋଇଥିବା ସମୟରେ ୬ ଜଣ ଦୁର୍ବୃତ୍ତ କଳା ପୋଷାକ ଓ ମୁହଁରେ ମାସ୍କ ଲଗାଇ ଘର କବାଟ ଭାଙ୍ଗି ଘରେ ପଶିଥିଲେ । ଏହା ସହିତ ଗୌରାଙ୍ଗ ଶୋଇଥିବା ରୁମ କବାଟ ଭାଙ୍ଗି ତାଙ୍କ ଗୋଡ଼ ହାତ ବାନ୍ଧି ଦେଇ ବେକରେ ଧାରୁଆ ଅସ୍ତ୍ର ଲଗାଇ ବନ୍ଧୁକ ଦେଖାଇ ଟଙ୍କା ଏବଂ ଗହଣା ମାଗିଥିଲେ । ଗୌରାଙ୍ଗ ନ ଦେବାରୁ ତାଙ୍କୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘରେ ରଖିଥିବା ନଗଦ ପାଞ୍ଚ ହଜାର ଟଙ୍କା, ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ ଗହଣା ଏବଂ ଗୋଟିଏ ମୋବାଇଲ ଫୋନ ନେଇଯାଇଛନ୍ତି । ସକାଳେ ଗୌରାଙ୍ଗ ଗ୍ରାମବାସୀଙ୍କୁ ଚିତ୍କାର କରି ଡାକିବାରୁ ଗ୍ରାମବାସୀ ଘର ଭିତରୁ ତାଙ୍କୁ ଉଦ୍ଧାର କରିଥିଲେ । ଗୌରାଙ୍ଗଙ୍କ ହାତରେ ଗଭୀର ଆଘାତ ମଧ୍ୟ ଲାଗିଛି । ଘଟଣା ନେଇ ଗୌରାଙ୍ଗ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    37 %
    1.1kmh
    1 %
    Tue
    36 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ