Sunday, October 4, 2026
28.6 C
Odisha

    ହାଥରସ ଦଳାଚକଟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ, ମାମଲାକୁ ତାଲିକା ଭୁକ୍ତ କରିବାକୁ CJIଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଉତ୍ତର ପ୍ରଦେଶର ହାଥରସରେ ସତ୍‌ସଙ୍ଗ ସମୟରେ ଦଳାଚକଟା ହୋଇ ୧୨୩ ଜଣଙ୍କ ମୃତ୍ୟୁ ଘଟଣାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ମାମଲାକୁ ତାଲିକା ଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ହାଥରସରେ ସତ୍‌ସଙ୍ଗୋରେ ଦଳାଚକଟା ଘଟଣାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ଗଠନ କରିଥିବା ଏସ୍‌ଆଇଟି ଆଜି ତାର ତଦନ୍ତ ରିପୋର୍ଟ ଦାଖଲ କରିଛି। ଏସ୍‌ଆଇଟି ୩୦୦ ପୃଷ୍ଠାର ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଏହି ରିପୋର୍ଟରେ ଭୋଲେ ବାବାଙ୍କ ନାଁରେ ଜଣାଯାଉଥିବା ସୂରଜ ପାଲଙ୍କୁ କ୍ଲିନଚିଟ୍ ଦେଇଛି ଏସଆଇଟି । ଅନ୍ୟପଟେ ଏଡି ଅଘଟଣରେ ପ୍ରବଚନ ଆୟୋଜନ କରିଥିବା କମିଟିକୁ ଦୋଷାରୋପ କରାଯାଇଛି । ଗତ ଜୁଲାଇ ୨ ତାରିଖରେ ହାଥରସର ସିକନ୍ଦରାଉ ଥାନା ଅଞ୍ଚଳରେ ସୁରଜ ପାଲ ଓରଫ ଭୋଲେ ବାବାଙ୍କ ସତ୍ସଙ୍ଗରେ ହୋଇଥିବା ଦଳା ୧୨୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏସଆଇଟି ଏହି ମାମଲାର ତଦନ୍ତ କରି ଏବେ ସରକାରଙ୍କୁ ରିପୋର୍ଟ ପଠାଇଛି। ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଏହାସତ୍ତ୍ୱେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଓ ପୁଲିସ୍‌ କର୍ମୀ ଏହାକୁ ଗୁରୁତର ସହ ନେଇ ନ ଥିଲେ କି ଭିଡ଼କୁ ନିୟନ୍ତ୍ରଣ ପାଇଁ କୌଣସି ତ୍ୱରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି ଏସଆଇଟିନିଜ ରିପୋର୍ଟରେ ଉଲ୍ଲେଖ କରିଛି।

    ଅନ୍ୟପଟେ ଗତ ରବିବାର ଆତ୍ମଘୋଷିତ ଧର୍ମଗୁରୁ ସୁରଜ ପାଲ ଓରଫ ନାରାୟଣ ସାକାର ହରିଙ୍କ ସତ୍‌ସଂଗରେ ଘଟିଥିବା ଚଳାଚକଟା ଏକ ଦୁର୍ଘଟଣା ନଥିଲା, ବରଂ ଏହା ଏକ ଷଡ଼୍‌ଯନ୍ତ୍ର ଥିଲା ବୋଲି ବାବାଙ୍କ ଓକିଲ ଏପି ସିଂହ ଦାବି କରିଥିଲେ। । ଗଣମାଧ୍ୟମକୁ ସମ୍ବୋଧିତ କରି ଏପି ସିଂହ କହିଛନ୍ତି ଯେ ଜୁଲାଇ ୨ ତାରିଖରେ ହୋଇଥିବା ସତ୍‌ସଂଗରେ ୧୫ରୁ ୧୬ ଜଣ ଲୋକ ମୁହଁ ଘୋଡ଼ାଇ ଉପସ୍ଥିତ ଥିଲେ ଏବଂ ସେମାନେ କିଛି ବିଷାକ୍ତ ପଦାର୍ଥ ସିଞ୍ଚନ କରିବା ପରେ ଦଳାଚକଟା ଘଟିଥିଲା। ସିଂହ କହିଛନ୍ତି- ‘ପ୍ରତ୍ୟକ୍ଷଦର୍ଶୀମାନେ ଜଣାଇଛନ୍ତି ଯେ ୧୫-୧୬ ଜଣ ଲୋକ ଭିଡ଼ ଭିତରେ ବିଷାକ୍ତ ପଦାର୍ଥର କ୍ୟାନ୍ ଧରି ଥିଲେ। ମୁଁ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଖିଛି ଏବଂ ଏଥିରୁ ଜଣାପଡିଛି ଯେ ସେମାନେ ଆଘାତ କାରଣରୁ ନୁହେଁ ବରଂ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି।’ ଏହି ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସେ କହିଛନ୍ତି, ଉକ୍ତ ମୁଖା ପିନ୍ଧା ଲୋକଙ୍କୁ ଖସିଯିବାରେ ସାହାଯ୍ୟ କରିବା ପାଇଁ ଘଟଣାସ୍ଥଳରେ ଗାଡ଼ି ପାର୍କିଂ କରାଯାଇଥିଲା। ଆମ ପାଖରେ ପ୍ରମାଣ ଅଛି ଏବଂ ଆମେ ଏହାକୁ ଦାଖଲ କରିବୁ ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ