Wednesday, October 23, 2024
21.7 C
Odisha

    ୯ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ

    ଆଗକୁ ପଢନ୍ତୁ

    ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ମୁମ୍ବାଇ-ହାୱଡା ଅପ୍‌ ଓ ଡାଉନ୍‌ ମୁଖ୍ୟ ଲାଇନ ସମେତ ଅନ୍ୟ ଲାଇନର ମରାମତି କାମ ପାଇଁ ୯ଟି ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନକୁ ବାତିଲ କରାଯାଇଛି। ଚକ୍ରଧରପୁର-ରାଉରକେଲା-ଚକ୍ରଧରପୁର ମେମୁ (ପାସେଞ୍ଜର) ଆସନ୍ତାକାଲି, ୧୭, ୨୪ ଓ ୩୧ ତାରିଖ, ମୋଟ ୪ ଦିନ ବାତିଲ ହୋଇଛି। ଟାଟାନଗର-ରାଉରକେଲା-ଟାଟାନଗର ମେମୁ ଆସନ୍ତାକାଲି (ବୁଧବାର) ବାତିଲ ହୋଇଛି। ଏଥିସହ ଆସନ୍ତା ୧୭, ୨୪ ଓ ୩୧ରେ ମଧ୍ୟ ଚଳାଚଳ କରିବ ନାହିଁ। ଟାଟାନଗର-ବାଦାମପାହାଡ-ଟାଟାନଗର ମଧ୍ୟ ପୂର୍ବ ‌ପାସେଞ୍ଜର ପରି ସେହି ସମାନ ତିନି ଦିନ ବାତିଲ ହୋଇଛି।
    ରାଉରକେଲା-ଝାରସୁଗୁଡା-ରାଉରକେଲା ମେମୁ ଆସନ୍ତା ୧୩, ୨୦ ଓ ୨୭ ତିନି ଦିନ ବାତିଲ ହୋଇଛି। ହଟିଆ-ଝାରସୁଗୁଡା-ହଟିଆ ମେମୁ ଏକ୍ସପ୍ରେସ୍‌ ମଧ୍ୟ ତିନି ଦିନ ବାତିଲ ହୋଇଛି। ଆସନ୍ତା ୧୩, ୨୦ ଓ ୨୭ରେ ରାଉରକେଲାରୁ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ ନାହିଁ। ଟାଟାନଗର-ବିଳାସପୁର-ଟାଟାନଗର ଏକ୍ସପ୍ରେସ୍‌ ମଧ୍ୟ ତିନି ଦିନ ଅର୍ଥାତ୍‌ ଆସନ୍ତା ୧୩, ୨୦ ଓ ୨୭ ତାରିଖ ବାତିଲ ହୋଇଛି। ଅନୁରୂପ ଭାବେ ରାଉରକେଲା-ପୁରୀ-ରାଉରକେଲା ଆସନ୍ତା ୧୩, ୨୦ ଓ ୨୭ ତାରିଖ ବାତିଲ ହୋଇଛି। ଟାଟାନଗର-ଗୁଆ-ଟାଟାନଗର ମେମୁ ଆସନ୍ତା ୧୪, ୨୧ ଓ ୨୮, ତିନି ଦିନ ବାତିଲ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ