Friday, June 6, 2025
27.9 C
Odisha

    ହାର୍ଟଠାରୁ ଆରମ୍ଭ କରି ଓଜନ ହ୍ରାସ ଭଳି ସମସ୍ୟାକୁ କରିଥାଏ ଦୂର ଭେଣ୍ଡି ପାଣି

    ଆଗକୁ ପଢନ୍ତୁ

    ସାଧାରଣତଃ ଭେଣ୍ଡିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ କରି ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି । ଆୟୁର୍ବେଦରେ ଭେଣ୍ଡିର ଅନେକ ଚମତ୍କାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫ୍ୟାଟ, କାର୍ବୋହାଇଡ୍ରେଟ, ସୋଡିୟମ, ଲୌହ ଓ ଫସଫରସ ଭଳି ଫାଇଦାଯୁକ୍ତ ପୋଷାକ ତତ୍ତ୍ୱ ଭରି ରହିଛି । ଏହା ବ୍ୟତୀତ ଆୟୁବେର୍ଦ ବିଜ୍ଞାନରେ ଭେଣ୍ଡି ନୁହେଁ ଭେଣ୍ଡି ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ବୋଲି ମାନାଯାଏ ।  ଆପଣ ଭାବୁଥିବେ ଭେଣ୍ଡିପାଣି କ’ଣ? ତାହେଲେ ଆସନ୍ତୁ ଜାଣିବା : –

    ରାତିରୁ ୨ ରୁ ୩ଟି ଭେଣ୍ଡିକୁ କାଟି ଏହାକୁ ଗୋଟେ ଗ୍ଲାସ୍ ପାଣିରେ ପକାଇ ଦିଅନ୍ତୁ । ସକାଳୁ ଏହି ପାଣିର ବ୍ୟବହାର କରିବା ଦ୍ୱାରା ଆପଣଙ୍କର କେଶ ଝଡିବା, ପେଟ ଜନିତ ସମସ୍ୟା, କେଶ ପାଚିବା ଭଳି ସମସ୍ୟାକୁ ଦୂର କରିଥାଏ । ଏହି ପାଣି ଦ୍ୱାରା କୋଷ୍ଠକାଠିନତ୍ୟରୁ ମୁକ୍ତ କରିଥାଏ । ଏହା ଶରୀରର ପାଚନ କ୍ରିୟା କରିବାରେ ସାହାଯ୍ୟ କରିଥାଏ । କେଶକୁ ଅଧିକ ସମୟ ପର୍ଯ୍ୟନ୍ତ କଳା ଏବଂ ଘନ ରଖିବାକୁ ଚାହୁଁଥିଲେ ଭେଣ୍ଡି ପାଣି ପିଇବା ବେଶ ଲାଭକାରୀ ହୋଇଥାଏ । ଏହି ପାଣିରେ ଲେମ୍ବୁ ରସ ମିଶାଇ ଦିନକୁ ଦୁଇ ମଧ୍ୟ କେଶ ଧୋଇବା ଦ୍ୱାରା କେଶ ଝଡିବା କମ୍‌ ହୋଇଥାଏ ।

    ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭେଣ୍ଡି ଆପଣଙ୍କ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ । ଏହି ପାଣି ମଧ୍ୟ ଡାଇବେଟିସ ରୋଗୀଙ୍କ ଉପଯୋଗୀ । ଭେଣ୍ଡି କିପରି ଓଜନ ହ୍ରାସ ଏବଂ ହାର୍ଟ ଜନିତ ସମସ୍ୟା ଦୂର କରେ ତାହେଲେ ଆସନ୍ତୁ ଜାଣିବା ।

    ଭେଣ୍ଡିରେ ଭଲ ପରିମାଣର ଫାଇବର ମିଳିଥାଏ । ଯେଉଁଥି ପାଇଁ ଅନେକ ସମୟ ପର୍ଯ୍ୟନ୍ତ ପେଟ ପୂର୍ଣ୍ଣ ହୋଇ ରହିଥାଏ । ଭେଣ୍ଡିରେ  ଫାଇବର ଥିବାରୁ ଓଜନ କମ୍‌ କରିବାରେ ସହାୟକ କରିଥାଏ । ଭେଣ୍ଡି ପାଣି ପିଇବା ଦ୍ବାରା ପେଟ ଜନିତ ସମସ୍ୟାରୁ ବହୁ ପରିମାଣରେ ଆରାମ ଦେଇଥାଏ । ଯାହା ଆମ ଓଜନ ହ୍ରାସ କରିବାର ଯାତ୍ରାକୁ ସହଜ କରିଦେଇଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତ ହେବାକୁ ଚାହୁଁଥିଲେ ଭେଣ୍ଡି ପାଣିକୁ ଖାଲି ପେଟରେ ପିଇବା ଉଚିତ୍ ।

    ଭେଣ୍ଡି ପାଣିରେ ଥିବା ଫାଇବର ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ କମ୍‌ କରିଥାଏ । ଏହାଦ୍ୱାରା ହାର୍ଟଆଟାକ୍‌ ହେବାର ଆଶଙ୍କା କମ୍‌ ରହିଥାଏ । ଭେଣ୍ଡି ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ କୋଲେଷ୍ଟ୍ରୋଲରୁ ନିୟନ୍ତ୍ରଣରେ ରଖି ହାର୍ଟକୁ ସୁସ୍ଥ ରଖିଥାଏ । ଏତିକି ନୁହେଁ ବରଂ ଭେଣ୍ଡିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।ଏଥିରେ ଥିବା ଫାଇବର ଏବଂ ପଲିଫେନୋଲ ଗ୍ଲୁକୋଜର ପରିମାଣକୁ ହ୍ରାସ କରି ଡାଇବେଟିସଠାରୁ ଦୂରରେ ରଖିଥାଏ । ଏହା ବ୍ୟତୀତ ଏଥିରେ ଥିବା ଫାଇବର ପାଚନ କ୍ରିୟାରେ ସୁଧାର ଆଣିଥାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତ କରିଥାଏ । ଯାହା ପେଟ ଫୁଲିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.9 ° C
    27.9 °
    27.9 °
    61 %
    2.1kmh
    84 %
    Fri
    27 °
    Sat
    39 °
    Sun
    41 °
    Mon
    42 °
    Tue
    42 °

    ସମ୍ବନ୍ଧିତ