Tuesday, September 29, 2026
23.8 C
Odisha

    ହିନ୍ଦୁ ବିବାହ କାର୍ଯ୍ୟରେ ପୁଅର ହୋମ କୁଣ୍ଡ ପରିକ୍ରମା କରିବା କାହିଁକି ଦେଖିନଥାଏ ମା ?

    ଆଗକୁ ପଢନ୍ତୁ

    ବିବାହ ଭଳି ପବିତ୍ର ବନ୍ଧନରେ ଅନେକ ରୀତିନୀତି ରହିଛି, ଯାହାକି ହିନ୍ଦୁ ବୈଦିକ ରୀତିରେ ଗ୍ରହଣୀୟ ଅଟେ ଏବଂ ବିଶେଷ କଥାଟି ହେଲା ବର ବଧୂ ହୋମର ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥାଆନ୍ତି। ହିନ୍ଦୁ ବିବାହରେ ଅନେକ ରୀତିନୀତି ରହିଛି ତେଣୁ ଗୋଟିଏ ନିୟମ ହେଉଛି ବରବଧୂ ହୋମର ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ୭ଥର ପରିକ୍ରମା କରି ୭ଜନ୍ମର ସାଥି ହୋଇ ରହିବାର ପ୍ରତିଜ୍ଞା କରିଥାଆନ୍ତି କିନ୍ତୁ ଏହି କାର୍ଯ୍ୟକୁ କଦାପି ମା ଦେଖିବା ଉଚିତ ନୁହେଁ, କଣ ରହିଛି ଏହା ପଛର କାରଣ ଯେ ବିବାହର ବିଶେଷ କାର୍ଯ୍ୟରେ ମା ନିଜ ପୁଅ ସହିତ ରହିନଥାଏ।
    କୁହାଯାଏ ଯେ ମୋଗଲ ଶାସନ ସମୟରେ ହିନ୍ଦୁ ବିବାହ କାର୍ଯ୍ୟରେ ଯଦି ସମସ୍ତେ ଘର ଛାଡି ଯାଉଥିଲେ ତେବେ ଅଧିକ ଚୋରି ଡକାୟତି ହେଉଥିଲା, ତେଣୁ ଘରକୁ ସୁରକ୍ଷା ଦେବା ପାଇଁ ମହିଳାମାନେ ଘର ଜଗି ରହୁଥିଲେ ଚୋର ଓ ତସ୍କରଙ୍କ ଠାରୁ ରକ୍ଷା ପାଇବା ପାଇଁ।

    ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ବିବାହ ଗୋଟିଏ ଶୁଭ କାର୍ଯ୍ୟ ଏବଂ ବିଭାଘର ଯେଉଁଠାରେ ହେଉଥାଏ ସେହି ସ୍ଥାନକୁ ଖାଲି ଛାଡି ଯିବା ଉଚିତ ନୁହେଁ, କାହିଁକିନା ଯେଉଁ ସ୍ଥାନରେ କୌଣସି ଶୁଭ କାର୍ଯ୍ୟ ହୋଇଥାଏ ସେହି ସ୍ଥାନରେ କେହି ଜଣେ ରହିବା ଜରୁରୀ ଅଟେ, ତେଣୁ ମା ଉପସ୍ଥିତ ରହିଥାଏ।

    ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ଯେତେବେଳେ ବିବାହ ସମ୍ପନ୍ନ ହୋଇଥାଏ ପୁଅ ନୂଆ ବଧୂକୁ ଧରି ଗୃହକୁ ପ୍ରବେଶ କରିଥାଏ ଏବଂ ଏହି ପ୍ରବେଶ ସମୟରେ ମା ଉପସ୍ଥିତ ରହିଥାଏ ନିଜ ପୁଅ-ବୋହୁଙ୍କ ସ୍ୱାଗତ ପାଇଁ, ତେଣୁ ମା ପୁଅର ବିବାହ କାର୍ଯ୍ୟରେ ବରଯାତ୍ରୀ ହୋଇ ଯାଇନଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ