ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ବସ୍ ଦୁର୍ଘଟଣା ଘଟିଛି । ଗୁରୁବାର ସକାଳେ ସରକାଘାଟ ଉପଖଣ୍ଡର ମସେରନ୍ ଅଞ୍ଚଳରେ ହିମାଚଳ ସଡ଼କ ପରିବହନ ନିଗମ (HRTC)ର ଏକ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସକାଳ ୧୦ଟା ସମୟରେ ବସଟି ମସେରନରୁ ସରକାଘାଟ ଅଭିମୁଖେ ଆସୁଥିଲା । ହଠାତ୍ ଘାଟି ବୁଲାଣି ମୋଡ଼ରେ ପହଞ୍ଚିବା ମାତ୍ରେ ବସ୍ ଅନିୟନ୍ତ୍ରିତ ହୋଇଯାଇଥିଲା । ବସଟି ସିଧା ଘାଟି ତଳକୁ ଓଲଟି ପଡିଥିଲା । ଦୁର୍ଘଟଣା ସମୟରେ ବସରେ ମୋଟ ୨୦ରୁ ୨୫ ଜଣ ଯାତ୍ରୀ ରହିଥିଲେ ।
ଦୁର୍ଘଟଣାର ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଶାସନ ଏବଂ ପୋଲିସ ଦଳ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ସେବା ସେଠାରେ ପହଞ୍ଚି ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସିଭିଲ୍ ହସ୍ପିଟାଲ୍କୁ ଅଣାଯାଇଛି । ଦୁର୍ଘଟଣା ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । SDM ସରକାଘାଟ ଏବଂ DSP ସରକାଘାଟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଅଧିକାରୀ ରିଲିଫ୍ ଏବଂ ଆବଶ୍ୟକୀୟ ରିଲିଫ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।