Thursday, October 2, 2025
25.9 C
Odisha

    ହୃଦ୍ ଜନିତ ସମସ୍ୟା ଦେଖାଦେଉଛି କି? ଖାଆନ୍ତୁ ଏହି ସବୁ ଫଳ, ହାର୍ଟ ସମସ୍ୟାରୁ ମିଳିବ ମୁକ୍ତି

    ଆଗକୁ ପଢନ୍ତୁ

    ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ନିଜର ହାର୍ଟକୁ ସୁସ୍ଥ ରଖିବା ପାଇଁ ପଡିବ । କାରଣ ହାର୍ଟ ଫଙ୍କ୍ସନ ନକଲେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ । ଏଥିପାଇଁ ଆପଣଙ୍କୁ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଏକ ଭଲ ଲାଇଫ୍ ଷ୍ଟାଇଲ ରୁଟିନ ଆପଣାଇବାକୁ ପଡିବ । ଏଥିସହ ନିଜର ଜୀବନ ଶୈଳୀରେ ବଡ ପରିବର୍ତ୍ତନ ଆଣିବାକୁ ପଡିବ ।

    ବର୍ତ୍ତମାନ ଦିନକୁ ଦିନ ହୃଦଘାତ ଜନିତ ରୋଗ ବଢିବାରେ ଲାଗିଛି । ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ମଧ୍ୟ ଅଧିକ ଆକ୍ରାନ୍ତ କରୁଛି । ସବୁ ବର୍ଗର ଲୋକଙ୍କ ପାଇଁ ହୃଦଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି । ତେବେ ଏହି ହାର୍ଟ ଜନିତ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ମେଡିସିନ ଖାଇବା ସହିତ ଅନେକ ପ୍ରକାର ପଦ୍ଧତି ଆପଣାଉଛନ୍ତି କିନ୍ତୁ ଏହା ପରେ ବି ମୁକ୍ତି ମିଳୁନି ହାର୍ଟ ଜନିତ ରୋଗରୁ । ତେଣୁ ଏମିତି କିଛି ଘରୋଇ ଉପଚାର ରହିଛି, ଯାହା ଆପଣଙ୍କ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଏହି ଉପଚାର ଗୁଡ଼ିକ କ’ଣ?

    ହାର୍ଟ ପାଇଁ ଲାଭଦାୟକ ହୋଇଥାଏ ଏହି ୫ଟି ଫଳ । ସେହି ଫଳଗୁଡିକ ହେଉଛି- ସେଓ, ଅଙ୍ଗୁର, ଆଭୋକାର୍ଡ, ବ୍ଲୁବେରୀ ଓ ଷ୍ଟ୍ରବେରୀ । ଜାଣନ୍ତୁ ଏହି ଫଳ ଗୁଡିକ ଖାଇବା ଦ୍ୱାରା କଣ ଲାଭ ହେବ ।

    ସେଓ: ସେଓରେ ଭିଟାମିନ-ସି, ଫାଇବର ଓ ପଲିଫେନୋଲ ଭଳି ଆବଶ୍ୟକୀୟ ପୋଷକତତ୍ତ୍ୱ ରହିଥାଏ । ଯାହା ଶରୀରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଣୁ ପ୍ରତିଦିନ ସକାଳୁ ଗୋଟିଏ ଲେଖାଏଁ ସେଓ ଖାଇବା ଦ୍ୱାରା ହୃଦରୋଗର ଆଶଙ୍କା କମିଯାଏ ।

    ଅଙ୍ଗୁର: ସେଓ ପରି ଅଙ୍ଗୁରରେ ମଧ୍ୟ ଅନେକ ଆବଶ୍ୟକୀୟ ପୋଷକତତ୍ତ୍ୱ ରହିଛି । ମିଠା ଓ ଖଟା ଅଙ୍ଗୁରରେ ଏନ୍ଥୋସାୟାନିନ୍ ଭଳି ଫାଇଟୋକେମିକାଲ୍ସ ଭରପୁର ମାତ୍ରାରେ ରହିଛି । ଏହି ଫାଇଟୋକେମିକାଲ୍ସ ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

    ଆଭୋକାଡୋ: ଏହି ଫଳରେ ଫ୍ୟାଟ ଓ ଫାଇବର ଭରି ରହିଛି । ଏଣୁ ଏହାକୁ ଖାଇବା ଦ୍ୱାରା ମଧ୍ୟ ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରୁହେ । ହୃଦରୋଗର ଆଶଙ୍କା କମିଯାଏ । ଏହାଛଡା ଅନେକ ଲୋକ ଓଜନ ହ୍ରାସ ଓ ହେଲ୍ଥ ଠିକ ରଖିବା ପାଇଁ ଏହି ଫଳ ଖାଇଥାନ୍ତି । ଏଥିରେ ପ୍ରଚୁର ପରିମାଣରେ ଜଳ ମଧ୍ୟ ରହିଥାଏ ।

    ବ୍ଲୁବେରୀ ଓ ଷ୍ଟ୍ରବେରୀ: ଏହି ଦୁଇଟି ଯାକ ଫଳରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ଶରୀରକୁ ସତେଜ ରଖିଥାଏ । ଏହି ଫଳ ଖାଇବା ପାଇଁ ଅନେକ ଡାକ୍ତର ମଧ୍ୟ କହିଥାନ୍ତି । ଏପରିକି ବ୍ଲୁବେରୀର ମଞ୍ଜିକୁ ଔଷଧ ଭାବେ ବ୍ୟବହାର କରାଯାଏ । ଏଥିସହ ଡାକ୍ତର ମଧ୍ୟ ଏହି ଫଳ ଖାଇବା ଶରୀର ପାଇଁ ଅତ୍ୟନ୍ତ ଭଲ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    100 %
    Thu
    26 °
    Fri
    28 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ