Saturday, October 17, 2026
26.5 C
Odisha

    ଘର ଭୁଶୁଡ଼ି ଆଠ ବର୍ଷ ଝିଅ ମୃତ, ଦୁଇ ଶିଶୁ ଗୁରୁତର

    ଆଗକୁ ପଢନ୍ତୁ

    ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପାଇଁରିଚଚରା ଗ୍ରାମରେ ଘଟିଛି ଅଘଟଣ । ଏକ ପରିତ୍ୟକ୍ତ ଘରେ ଖେଳୁଥିବା ସମୟରେ ଘର ଭୁଶୁଡି ଜଣେ ଆଠ ବର୍ଷର ଝିଅର ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ଶିଶୁ ଗୁରୁତର ହୋଇଛନ୍ତି ।

    ସୂଚନା ଅନୁଯାୟୀ, ପାଇଁରିଚଚରା ଗ୍ରାମର ପିତ ସାନ୍ତାଙ୍କ ଝିଅ ଭୂମିକା ସାନ୍ତା ମୁତ୍ୟୁ ବରଣ କରିଥିବା ବେଳେ ସନଧର ସାନ୍ତାଙ୍କ ଦୁଇ ଝିଅ ସତୀ ସାନ୍ତା(6),ଏଲିଶା ସାନ୍ତା (4) ଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ଉପଖଣ୍ଡ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

    ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ୪ଟା ସମୟରେ ସନଧର ସାନ୍ତା ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ୪ଜଣ ଝିଅ ଖେଳୁଥିବା ସମୟରେ ହଠାତ ଘରଟି ଭୁଶୁଡି ପଡିଥିଲା । ତିନି ଝିଅ ଘର ଭିତରେ ଚାପି ହୋଇଯାଇଥିବା ବେଳେ ଜଣେ ସୌଭାଗ୍ୟବଶତଃ ବର୍ତ୍ତୀ ଯାଇଥିଲେ। ଭଗ୍ନସ୍ତୁପ ଭିତରୁ ତିନି ଜଣଙ୍କୁ ଉଦ୍ଧାର କରି ଉମରକୋଟ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ଭୂମିକା ସାନ୍ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସତୀ ସାନ୍ତା ଓ ଏଲିଶା ସାନ୍ତାଙ୍କ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.5 ° C
    26.5 °
    26.5 °
    83 %
    1.3kmh
    90 %
    Sat
    24 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ