Wednesday, October 7, 2026
22.1 C
Odisha

    ହେପାଟାଇଟିସ୍‌କୁ ନେଇ ‘ହୁ’ ର ଚେତାବନୀ, ଦିନକୁ ଯାଉଛି ୩,୫୦୦ ଜଣଙ୍କ ଜୀବନ

    ଆଗକୁ ପଢନ୍ତୁ

    ଭାଇରାଲ ହେପାଟାଇଟିସ୍‌ ରୋଗ ଦିନକୁ ଦିନ ଘାତକ ହେବାରେ ଲାଗିଛି। ଏହି ରୋଗୀସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଦନୁସାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଜାରି କରିଛି। ଏହି ସଂକ୍ରାମକ ରୋଗ ବିଶ୍ବରେ ଦିନକୁ ୩, ୫୦୦ ଲୋକଙ୍କ ଜୀବନ ନେଉଛି। ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ‘ଡବ୍ଲ୍ୟୁଏଚ୍‌ଓ ୨୦୨୪ ଗ୍ଲୋବାଲ ହେପାଟାଇଟିସ ରିପୋର୍ଟ’ରେ କୁହାଯାଇଛି ଯେ ୨୦୧୯ରେ ଏହି ରୋଗରେ ୧୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟା ୨୦୨୨ରେ ୧୩ ଲକ୍ଷରେ ପହଞ୍ଚି ଯାଇଛି। ୧୮୭ ଦେଶକୁ ନେଇ ହୋଇଥିବା ସର୍ଭେରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ୮୩ ପ୍ରତିଶତଙ୍କ ମୃତ୍ୟୁ ‘ହେପାଟାଇଟିସ୍‌ ବି’ ଏବଂ ୧୭ ପ୍ରତିଶତ ‘ହେପାଟାଇଟିସ ସି’ ଯୋଗୁଁ ହୋଇଛି।

    ବିଶ୍ବ ହେପାଟାଇଟିସ ଶିଖର ସମ୍ମିଳନୀରେ ଜାରି ରିପୋର୍ଟରେ କୁହାଯାଇଛି ଯେ ହେପାଟାଇଟିସ ବି ଏବଂ ସି ସଂକ୍ରମଣ ଯୋଗୁଁ ବିଶ୍ବରେ ଦିନକୁ ୩,୫୦୦ ଲୋକଙ୍କ ମୃତ୍ୟୁ ହେଉଛି। ଏହି ସଂକ୍ରମଣର ଦୁଇ ତୃତୀୟାଂଶ ମାମଲା ବାଂଲାଦେଶ, ଚୀନ୍‌, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ନାଇଜେରିଆ, ପାକିସ୍ତାନ, ଫିଲିପିନ୍ସ, ରୁଷ୍‌ ଏବଂ ଭିଏତନାମରୁ ଆସୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ଯେ, ୨୦୨୫ ସୁଦ୍ଧା ଉପରୋକ୍ତ ୧୦ ଦେଶରୁ ସଂକ୍ରମଣକୁ ନିୟନ୍ତ୍ରଣ, ନିଦାନ ଏବଂ ଉପଚାର ଲାଗି ସାର୍ବଜନୀନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପଡିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ମୁକାବିଲା ବ୍ୟବସ୍ଥାକୁ ସାକାର ଭାବେ କାର୍ଯ୍ୟକାରୀ କରିବାକୁ ହେବ। ‘ହୁ’ର ମହାନିର୍ଦ୍ଦେଶ ଡ.ଟେଡ୍ରୋସ ଅଧନୋମ ଘେବ୍ରିୟସସ ମଧ୍ୟ ହେପାଟଇଟିସ ମାମଲା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହାର ମୁକାବିଲା କରିବାକୁ ନେଇ ସେ ଦେଶମାନଙ୍କୁ ଆଶ୍ବାସନା ଦେଇଛନ୍ତି। ଏଥିପାଇଁ ‘ହୁ’ ପ୍ରତିବଦ୍ଧ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ