Wednesday, April 8, 2026
36.5 C
Odisha

    ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

    ଆଗକୁ ପଢନ୍ତୁ

    ପାଟନା ରେଳ ଷ୍ଟେସନ ଜଙ୍କସନରେ ଥିବା ଏକ ହୋଟେଲରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା। ୨୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି।ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜୀବ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି କୋଠାରୁ ଅଗ୍ନିଶମ ବାହିନୀ ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଡିଆଇଜି (ଅଗ୍ନିଶମ) ମୃତ୍ୟୁଞ୍ଜୟ କୁମାର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, ଆମେ ନିଆଁକୁ ଆୟତ୍ତ କରିଛୁ। ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ବାବଦରେ ସୂଚନା ମିଳିବା ପରେ ଟିମ୍ ଆସି ନିଆଁ ଲିଭା କାମରେ ଲାଗିଛି। ଉପଯୁକ୍ତ ତଦନ୍ତ ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ