Wednesday, October 7, 2026
22.5 C
Odisha

    ହ୍ୱାଇଟ ହାଉସର ବଢ଼ିଲା ଚିନ୍ତା, ଟ୍ରମ୍ପଙ୍କୁ ହତ୍ୟା କରିବାକୁ ୧ କୋଟି ଡଲାରର ଘୋଷଣା

    ଆଗକୁ ପଢନ୍ତୁ

    ବାଗଦାଦ : ‘ଇସ୍ଲାମିକ୍ ରେଜିଷ୍ଟାନ୍ସ ଇନ୍ ଇରାକ୍’ ନାମକ ଏକ ସଂଗଠନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ୧ କୋଟି ଡଲାର ପୁରସ୍କାର ଘୋଷଣା କରିଛି। ସଂଗଠନର ଏକ ବିବୃତ୍ତି ଅନୁସାରେ, ୨୦୨୦ ମସିହାରେ ଇରାନର ବରିଷ୍ଠ କମାଣ୍ଡର କାସେମ୍ ସୋଲେଇମାନି ଏବଂ ଆବୁ ମାହଦି ଅଲ୍-ମୁହାନ୍ଦିସ୍ ମୃତ୍ୟୁ ପାଇଁ ଟ୍ରମ୍ପ ଦାୟୀ, ତେଣୁ ଏହାର ପ୍ରତିଶୋଧ ନିଆଯିବ।

    ସେତେବେଳେ ବାଗଦାଦରେ ଆମେରିକାର ଏକ ଡ୍ରୋନ୍ ଆକ୍ରମଣରେ ଏହି ଦୁଇ ନେତାଙ୍କ ମୃତ୍ୟୁ ହୋଇଥିଲା। ସଂଗଠନଟି କହିଛି ଯେ, ଟ୍ରମ୍ପଙ୍କ ସେହି କାର୍ଯ୍ୟ ବିରୋଧରେ ସେମାନଙ୍କ ପ୍ରତିଶୋଧ ଜାରି ରହିବ। ତେବେ, ଏହି ଘୋଷଣାର ସତ୍ୟତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ଏବଂ ଆମେରିକା ପକ୍ଷରୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। ‘ଇସ୍ଲାମିକ୍ ରେଜିଷ୍ଟାନ୍ସ ଇନ୍ ଇରାକ୍’ ନାମକ ଏକ ସଂଗଠନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ୧ କୋଟି ଆମେରିକୀୟ ଡଲାରର ପୁରସ୍କାର ଘୋଷଣା କରିଛି। ସଂଗଠନଟି ଅଭିଯୋଗ କରିଛି ଯେ, ଟ୍ରମ୍ପ ଇରାକରେ ରକ୍ତପାତ କରିବା ସହ ଅନେକ ନେତା ଓ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି, ତେଣୁ ତାଙ୍କୁ ଆଉ ଶାନ୍ତିରେ ରହିବାକୁ ଦିଆଯିବ ନାହିଁ। ସେମାନେ ଟ୍ରମ୍ପଙ୍କୁ କଠୋର ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ନିଜର ଲଢ଼େଇ ଜାରି ରଖିବେ ଏବଂ ଏହାର ଜବାବ ସେମାନଙ୍କୁ ଦେବାକୁ ପଡ଼ିବ।

    ୨୦୨୦ ମସିହାରେ ବାଗଦାଦରେ ଆମେରିକାର ଏକ ଡ୍ରୋନ୍ ଆକ୍ରମଣରେ ଇରାନର କମାଣ୍ଡର କାସେମ୍ ସୋଲେଇମାନି ଏବଂ ଇରାକର ମିଲିସିଆ ନେତା ଆବୁ ମାହଦି ଅଲ୍-ମୁହାନ୍ଦିସ୍ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରଠାରୁ ଇରାନ ସମର୍ଥିତ ଗୋଷ୍ଠୀମାନେ ଆମେରିକାର ବରିଷ୍ଠ ଅଧିକାରୀଙ୍କୁ ଲକ୍ଷ୍ୟ କରି ପ୍ରତିଶୋଧ ନେବା ପାଇଁ ବାରମ୍ବାର ଧମକ ଦେଇଆସୁଛନ୍ତି।

    ଏହି ନୂଆ ଧମକ ସମ୍ପର୍କରେ ହ୍ୱାଇଟ୍ ହାଉସ୍ କିମ୍ବା ଆମେରିକାର କୌଣସି ସରକାରୀ ସଂସ୍ଥା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ଘୋଷଣାଟି କେତେ ସତ ଏବଂ ଏହାକୁ କାର୍ଯ୍ୟକାରୀ କରିବାର କ୍ଷମତା ସେହି ସଂଗଠନର ଅଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତଥାପି, ଜଣେ ପୂର୍ବତନ ରାଷ୍ଟ୍ରମୁଖ୍ୟଙ୍କ ବିରୋଧରେ ଏଭଳି ସାର୍ବଜନିକ ଧମକକୁ ସୁରକ୍ଷା ସଂସ୍ଥାମାନେ ଅତ୍ୟନ୍ତ ଗୁରୁତର ସହ ନେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ