Tuesday, March 24, 2026
21.9 C
Odisha

    ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନ୍‌ର ସମର୍ଥନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ନିମନ୍ତେ ବ୍ରିଟେନ ସମର୍ଥନ କରିଛି। ପୂର୍ବରୁ ଆମେରିକା ଏବଂ ଫ୍ରାନ୍ସ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଥିବାବେଳେ ଶୁକ୍ରବାର ଜାତିସଂଘ ସାଧାରଣ ସଭାର ୭୯ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ସେମାନଙ୍କ ସହ ସ୍ବର ମିଳାଇଛନ୍ତି। ସୁରକ୍ଷା ପରିଷଦରେ ଭାରତ, ବ୍ରାଜିଲ, ଜାପାନ ଏବଂ ଜର୍ମାନୀଙ୍କୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରାଯିବା ଆବଶ୍ୟକ। ଏଥିସହିତ ନିର୍ବାଚିତ ସଦସ୍ୟମାନଙ୍କ ପାଇଁ ଅଧିକ ଆସନ ରଖିବା ସପକ୍ଷରେ ଷ୍ଟାର୍ମର ଯୁକ୍ତି ରଖିଛନ୍ତି। ୟୁଏନ୍‌ଏସ୍‌ସିରେ ଅଧିକ ପ୍ରତିନିଧ୍ୱତ୍ୱ ରହିଲେ, ରାଜନୈତିକ ଅଚଳାବସ୍ଥା ଯୋଗୁ ଦେଖାଦେଇଥିବା ପ୍ରତିବନ୍ଧକକୁ ଅତିକ୍ରମ କରି ବୈଶ୍ୱିକ ଚ୍ୟାଲେଞ୍ଜଗୁଡ଼ିକର ପ୍ରଭାବୀ ସମାଧାନ ହୋଇପାରିବ ବୋଲି ଷ୍ଟାର୍ମର କହିଛନ୍ତି। ୧୯୪୫ରେ ଜାତିସଂଘ ଗଠନ ହୋଇଥିବାବେଳେ ଏହାର ସୁରକ୍ଷା ପରିଷଦରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିରେ ସଂସ୍କାର ଆଣିବାକୁ ଅନେକ ଦେଶ ଦାବି କରିଆସୁଛନ୍ତି। ୟୁଏନ୍‌ଏସ୍‌ସିରେ ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଲେ, ଆମେରିକା, ଚାଇନା, ଫ୍ରାନ୍ସ, ରୁଷିଆ ଏବଂ ବ୍ରିଟେନ୍‌। କୌଣସି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିବା କ୍ଷମତା କେବଳ ଏହି ୫ ରାଷ୍ଟ୍ର ହାତରେ ରହିଛି।

    ଏହା ବ୍ୟତୀତ ୟୁଏନ୍‌ଏସ୍‌ସିକୁ ୧୦ ଜଣ ଅସ୍ଥାୟୀ ସଦସ୍ୟ ୨ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ଜାତିସଂଘ ସୁରକ୍ଷା ପରିଷଦର ସାମର୍ଥ୍ୟ ଏବଂ ପ୍ରତିନିଧିତ୍ୱ ବୃଦ୍ଧି ଲାଗି ଏହାର ସମ୍ପ୍ରସାରଣ ଜରୁରୀ ବୋଲି କିଛିଦିନ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ କହିଥିଲେ। ସେ ମଧ୍ୟ ଭାରତ, ବ୍ରାଜିଲ, ଜାପାନ ଏବଂ ଜର୍ମାନୀକୁ ସ୍ଥାୟୀ ସଦସ୍ୟତା ଏବଂ ଆଫ୍ରିକାରୁ ୨ଟି ଦେଶକୁ ପ୍ରତିନିଧିତ୍ୱ ସୁଯୋଗ ଦେବା ପାଇଁ ଆହ୍ବାନ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    64 %
    1.9kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ