Sunday, September 7, 2025
26.5 C
Odisha

    ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ, କିଭ୍ ଉପରେ ୮୦୦ରୁ ଅଧିକ ଡ୍ରୋନ୍ ମାଡ଼

    ଆଗକୁ ପଢନ୍ତୁ

    ୟୁକ୍ରେନ ରାଜଧାନୀ କିଭ ଉପରେ ରୁଷର ଭୟଙ୍କର ଆକ୍ରମଣ । ୮୦୫ ଡ୍ରୋନ ଓ ୧୩ ମିସାଇଲ ମାଡ଼ । କିଭ୍ ସ୍ଥିତ ୟୁକ୍ରେନର ମୁଖ୍ୟ ସରକାରୀ ବିଲ୍ଡିଂ ଉପରେ ରୁଷ ଆକ୍ରମଣ କରିଛି । ଯୁଦ୍ଧ ଆରମ୍ଭ ପରଠାରୁ ପ୍ରଥମ ଥର ୟୁକ୍ରେନର ମୁଖ୍ୟ କ୍ୟାବିନେଟ ବିଲିଡିଂ ଉପରେ ଆକ୍ରମଣ ହୋଇଛି । ୟୁକ୍ରେନ ପ୍ରଧାନମନ୍ତ୍ରୀ ୟୁଲିଆ ସ୍ୱିରିଡେଙ୍କୋ ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ କୋଠର ଛାତ ସହ ଉପର ମହଲା କ୍ଷତିଗ୍ରସ୍ତ ହୋଇଛି ।

    କିଭ ମେୟର କହିଛନ୍ତି, ଡ୍ରୋନ ଜରିଆରେ ବିଲଡିଂ ଉପରେ ହମଲା ଯୋଗୁଁ ନିଆଁ ଲାଗିଥିଲା । ଗତକାଲି ରାତିରୁ ଆଜି ଭୋର ପର୍ଯ୍ୟନ୍ତ ରାଜଧାନୀ କିଭର ବିଭିନ୍ନ ସ୍ଥାନ ଉପରେ ରୁଷ ତରଫରୁ ଆକ୍ରମଣ ହୋଇଥିଲା । ଗୋଟିଏ ଦାଗମ ଘର, ୧୬ ମହଲା କୋଠା ଓ ଗୋଟିଏ ୪ ମହଲା କୋଠାକୁ ଟାର୍ଗେଟ କରାଯାଇଥିଲା । ରାତି ତମାମ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୫ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କ ହୋମ ଟାଉନ୍ କିଭ୍ ରିହ ଉପରେ ମଧ୍ୟ ହମଲା ହୋଇଛି ।

    ତେବେ ୭୪୭ ଡ୍ରୋନ ଓ ୪ ମିସାଇଲକୁ ନଷ୍ଟ କରାଯାଇଥିବା ୟୁକ୍ରେନ ବାୟୁସେନା ଦାବି କରିଛି । ସେପଟେ ୟୁକ୍ରେନ ମଧ୍ୟ ପାଲଟା ଆକ୍ରମଣ କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଳାୟର ଦାବି, ୟୁକ୍ରେନର ୬୯ଟି ଡ୍ରୋନକୁ ମାରି ଖସାଇ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.5 ° C
    26.5 °
    26.5 °
    88 %
    0.7kmh
    66 %
    Sun
    26 °
    Mon
    30 °
    Tue
    31 °
    Wed
    32 °
    Thu
    31 °

    ସମ୍ବନ୍ଧିତ