Saturday, April 11, 2026
33.7 C
Odisha

    ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼, ପଠାଇଲା ୧୦ ବୋମାବର୍ଷୀ ଯୁଦ୍ଧବିମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆଜି ରୁଷ ବଡ଼ ଧରଣର ଆକ୍ରମଣ କରିଛି। ପ୍ରାୟ ୭୦୦ ଡ୍ରୋନ ଜରିଆରେ ରୁଷ ୟୁକ୍ରେନର ପଶ୍ଚିମାଞ୍ଚଳରେ ଥିବା ବିଭିନ୍ନ ସହର ଉପରେ ଆକ୍ରମଣ କରିଛି। ୧୫ରୁ ଅଧିକ କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହା ସହିତ ୧୦ଟି ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପଠାଇଛି ରୁଷ ସେନା। ୟୁକ୍ରେନ ପକ୍ଷରୁ ଆମେରିକା ଅସ୍ତ୍ରଶସ୍ତ୍ର ଦ୍ଵାରା ରୁଷ ଉପରେ ଆକ୍ରମଣ କରାଯାଉଛି। ତେଣୁ ଆମେରିକା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଧ୍ବଂସ କରିବାକୁ ରୁଷ ଏଭଳି ରଣନୀତି ଆପଣାଇଥିବା କହିଛି। ରୁଷ ତାତ୍ସଲ୍ୟ କରି କହିଛି ଯେ, ଆମେରିକାର ଚକାଚକ୍‌ ଖେଳଣାଗୁଡ଼ିକୁ ନଷ୍ଟ କରିଦିଆଯିବ। ରୁଷର ଏହି ଆକ୍ରମଣ ଯୁଦ୍ଧ ପରଠାରୁ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ମୁଖ୍ୟତଃ ଲୁତ୍‌ସ୍କ, ଲିଭ, ଚେର୍ନିବତ୍ସି ଆଦି ଅଞ୍ଚଳରେ ଆକ୍ରମଣ କରାଯାଇଛି। ଏସବୁ ଅଞ୍ଚଳ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ଯୋଗୁ ସାରା ବିଶ୍ଵରେ ଚିନ୍ତା ପ୍ରକାଶ ପାଇଛି। ଅନେକ ଦେଶ ୟୁକ୍ରେନକୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ