Wednesday, October 7, 2026
22.1 C
Odisha

    ୟୁକ୍ରେନ ସହାୟତା ନେଇ ଟ୍ରମ୍ପଙ୍କ ଦାବିକୁ ସଂଶୋଧନ କଲେ ମାକ୍ରନ୍

    ଆଗକୁ ପଢନ୍ତୁ

    ୱାସିଂଟନ: ଏକ ସାମ୍ବାଦିକ ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାଷଣ ଦେଉଥିବା ବେଳେ ଟ୍ରମ୍ପଙ୍କ ଏକ ଭୁଲ୍‌କୁ ସୁଧାରିବା ପାଇଁ ରାଷ୍ଟ୍ରପତି ମାକ୍ରନ୍ ତାଙ୍କ ହାତ ଧରିପକାଇ ବାଧା ଦେଇଥିଲେ। ଟ୍ରମ୍ପ କହିଥିଲେ ଯେ ୟୁରୋପ ୟୁକ୍ରେନକୁ ଯେଉଁ ସାହାଯ୍ୟ ଦେଉଥିଲା ତାହା କେବଳ ଋଣ ଥିଲା ଏବଂ ଶେଷରେ ସେମାନଙ୍କୁ ଏହା ପରିଶୋଧ କରିବାକୁ ପଡ଼ିବ। ତେଣୁ ଆମେରିକା ଏବେ ୟୁକ୍ରେନକୁ ବିପୁଳ ଡଲାର ଦେବା ବିନିମୟରେ ୟୁକ୍ରେନର ଖଣିଜ ସମ୍ପଦ ଉପରେ ଦାବି କରିବା କିଛି ଭୁଲ୍ ନୁହେଁ। ଏହି ସମୟରେ ମାକ୍ରନ୍ ଟ୍ରମ୍ପଙ୍କ ହାତ ଧରିପକାଇ କହିଥିଲେ, ‘ନା, ବାସ୍ତବରେ, ସତ କହିବାକୁ ଗଲେ, ଆମେ ସମୁଦାୟ ପ୍ରୟାସର ୬୦% ଦେଇଥିଲୁ। ଏହା ଆମେରିକା ଭଳି ଥିଲା: ଋଣ, ଗ୍ୟାରେଣ୍ଟି ଓ ଅନୁଦାନ’, ବୋଲି ମାକ୍ରନ୍ କହିଥିଲେ।
    ଟ୍ରମ୍ପ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରି ଏକ ଚୁକ୍ତି ଚୂଡ଼ାନ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି ଯାହା ୟୁକ୍ରେନର ଖଣିଜ ସମ୍ପଦରେ ଆମେରିକାର ପ୍ରବେଶକୁ ଅନୁମତି ଦେବ। ତା’ ବଦଳରେ ଆମେରିକା ୟୁକ୍ରେନକୁ ବିପୁଳ ଡଲାର ଦେବ। ଏହି ପ୍ରସ୍ତାବକୁ ମାକ୍ରନ ସ୍ୱାଗତ କରିଥିଲେ। ଟ୍ରମ୍ପ କହିଛନ୍ତି ଯେ, ଲାଗୁଛି ଆମେ ବହୁତ ନିକଟତର ହେଉଛୁ। ୟୁକ୍ରେନରେ ଯୁଦ୍ଧ ସପ୍ତାହକ ମଧ୍ୟରେ ଶେଷ ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ତାଙ୍କ ବିଶ୍ୱାସକୁ ଦୋହରାଇଥିଲେ ଏବଂ ପୁଟିନଙ୍କୁ ଏକଚ୍ଛତ୍ରବାଦୀ କହିବାକୁ ମନା କରିଦେଇଥିଲେ। ଭବିଷ୍ୟତରେ କୌଣସି ସମୟରେ ସେ ମସ୍କୋ ଗସ୍ତ କରିବେ ବୋଲି ଟ୍ରମ୍ପ କହିଛନ୍ତି। ସେପଟେ ଫ୍ରାନ୍ସ ମଧ୍ୟ ଶାନ୍ତି ଚାହୁଛି ବୋଲି ମାକ୍ରନ କହିଛନ୍ତି। ଆମେ ଶାନ୍ତି ଚାହୁଛୁ, କିନ୍ତୁ ଆମେ ଦୁର୍ବଳ ବୁଝାମଣା ଚାହୁନାହୁଁ। ଏହି ଶାନ୍ତିର ଅର୍ଥ ୟୁକ୍ରେନର ଆତ୍ମସମର୍ପଣ ନୁହେଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ