Wednesday, October 7, 2026
21.5 C
Odisha

    ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ମଞ୍ଚ ପ୍ରସ୍ତୁତ ହେଉଛି: ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ସାମର୍ଥ୍ୟ କରି ବିକଶିତ ଓଡ଼ିଶାର ପରିକଳ୍ପନା କରାଯାଉଛି। ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ମଞ୍ଚ ପ୍ରସ୍ତୁତ ହେଉଛି। ଆଗାମୀ ୫୦ ବର୍ଷରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ବ ଦିଆଯାଉଛି। ଏଥିସହ ଓଡ଼ିଶାକୁ ଦୁଃସାହସିକ ଓ ଆବିଷ୍କାର କ୍ଷେତ୍ରରେ ଏକ ଶ୍ରେଷ୍ଠ ଗନ୍ତବ୍ୟସ୍ଥଳୀରେ ପରିଣତ ଲକ୍ଷ୍ୟ ରଖି ସରକାର କାମ କରୁଛନ୍ତି। ଏକ୍ଷେତ୍ରରେ ଘରୋଇ ନିବେଶ ଓ ସହଭାଗିତା ସ୍ୱାଗତଯୋଗ୍ୟ। ଆଜି ହୋଟେଲ୍‌ ସ୍ୱସ୍ତି ପ୍ରିମିୟମରେ ୬ଷ୍ଠ ଓଡ଼ିଶା ଟ୍ରାଭେଲ୍‌ ବଜାର (ଓଟିବି) ୨୦୨୫ର ବି୨ବି ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିରେ ପର୍ଯ୍ୟଟନ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମୁଗ୍ଧା ସିହ୍ନା ଯୋଗଦେଇ କହିଲେ, ଦୁଃସାହସିକ ପର୍ଯ୍ୟଟନ କେବଳ ରୋମାଞ୍ଚ ବିଷୟରେ ନୁହେଁ, ଏହା ଦାୟିତ୍ୱପୂର୍ଣ୍ଣ ଯାତ୍ରା। ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ଉଦ୍ୟୋଗୀ ମନୋଭାବ ସହିତ ଏହାର ଅନ୍ତରରେ ଗଭୀର ଭାବରେ ଜଡ଼ିତ ରହିଛି। ରୋମାଞ୍ଚ ଖୋଜୁଥିବା ଲୋକଙ୍କ ପାଇଁ ଓଡ଼ିଶା ଏକ ଅନନ୍ୟ ଏବଂ ଆକର୍ଷଣୀୟ ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି।
    ଓଡ଼ିଶା ସରକାରଙ୍କ ଉନ୍ନୟନ କମିସନର ଅନୁ ଗର୍ଗ ଯୋଗଦେଇ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି ଏବଂ ଆଗାମୀ ଦିନ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଥିବା କହିଥିଲେ। ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ କହିଲେ, ପର୍ଯ୍ୟଟକଙ୍କୁ ନିରାପତ୍ତା ଓ ବିଶ୍ୱସ୍ତରୀୟ ଅନୁଭୂତି ଦେବାରେ କାର୍ଯ୍ୟ ଜାରି ରହିଛି। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ଓଡ଼ିଶା ଆଡଭେଞ୍ଚର ଟୁରିଜିମ୍‌ର ଚିଠା ମାର୍ଗଦର୍ଶିକା ଉପସ୍ଥାପନ କରିଥିଲେ। ଏହି ପ୍ରଦର୍ଶନୀରେ ଓଡ଼ିଶାର ଘରୋଇ ଟୁର୍‌ ଅପରେଟର୍‌ ଓ ସେଲରମାନେ ଏକାଠି ହୋଇଥିଲେ। ଆସାମ, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ଜମ୍ମୁକଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକରୁ ୧୦୦ରୁ ଅଧିକ କ୍ରେତା ଏହି ଅଂଶଗ୍ରହଣ କରିଥିଲେ। କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସଂଗଠିତ ବି୨ବି ବୈଠକଗୁଡ଼ିକର ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ୭୦ରୁ ଅଧିକ ସେଲର୍‌, ଘରୋଇ ଓ ଅନ୍ତର୍ଜାତୀୟ ଟୁର୍‌ ଅପରେଟର୍‌ଙ୍କ ମଧ୍ୟରେ ୩ ହଜାରରୁ ଅଧିକ ପୂର୍ବ ନିର୍ଦ୍ଧାରିତ ବି୨ବି ବୈଠକରେ ଯୋଗ ଦେଇଥିଲେ।

    ୬ଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫ର ଅଂଶ ଭାବେ ଭୁବନେଶ୍ବର ମେ’ ଫେୟାର ଲାଗୁନ୍‌ରେ ଏକ ଆଡ୍‌ଭେଞ୍ଚର ଟୁରିଜିମ୍‌ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରର ଭବିଷ୍ୟତକୁ ନୂଆ ରୂପ ଦେବା ପାଇଁ ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ହିତାଧିକାରୀ, ସରକାରୀ ଅଧିକାରୀ ଓ ଆଡ୍‌ଭେଞ୍ଚର ଟୁରିଜିମ୍‌ ଏକ୍ସପର୍ଟମାନେ ଏକତ୍ରିତ ହୋଇଥିଲେ। ଏହି କର୍ମଶାଳାରେ ୪୦ରୁ ଅଧିକ ରୋମାଞ୍ଚକର ପର୍ଯ୍ୟଟନ ଅପରେଟର୍‌, ଭ୍ରମଣ ବିଶେଷଜ୍ଞ ଏବଂ ଜଳକ୍ରୀଡ଼ା, ଏରୋ ସ୍ପୋର୍ଟସ, ଟେରେଷ୍ଟ୍ରିଆଲ କ୍ରୀଡ଼ା ଭଳି ବିଭିନ୍ନ ଶୈଳୀର ଉତ୍ସାହୀ ବ୍ୟକ୍ତିମାନେ ସକ୍ରିୟ ଅଂଶଗ୍ରହଣ କରି ଏହି କ୍ଷେତ୍ରର ବିକାଶରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ