ଆଜିକାଲି ଖାଦ୍ୟପେୟର ଅବହେଳା ଯୋଗୁଁ ଲୋକମାନେ ଅନେକ ପ୍ରକାରର ରୋଗରେ ଶିକାର ହେଉଛନ୍ତି । ଖାଦ୍ୟପେୟର ଅବହେଳା ହେଲେ ପ୍ରଥମେତଃ ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିସହ କିଛି କିଛି ସମୟରେ ମୁଣ୍ଡ ବୁଲାଇ ଦେହ ଥରି ବାନ୍ତି ମଧ୍ୟ ହୋଇଥାଏ । ମୁଖ୍ୟତଃ ଯଦି ଖାଦ୍ୟପେୟ ଅବହେଳା ହୁଏ ତେବେ ହାଇ ୟୁରିକ୍ ଏସିଡ୍ ହେବା ଆରମ୍ଭ ହୁଏ । ଏହି ସମସ୍ୟା ବହୁ ମାରାତ୍ମକ ହୋଇଥାଏ । ଏଥିପ୍ରତି ସଚେତନ ହୋଇ ରହିବା ନିହାତି ଆବଶ୍ୟକ । ଯେତେବେଳେ ପ୍ୟୁରିନ୍ ଯୁକ୍ତ ଖାଦ୍ୟର ପରିମାଣ ବୃଦ୍ଧି ପାଏ, ସେତେବେଳେ ଶରୀରରେ ୟୁରିକ୍ ଏସିଡର ପରିମାଣ ବଢ଼ିବାକୁ ଲାଗେ ଏବଂ ଏହି କାରଣରୁ କିଡନୀ ଏହାକୁ ସମ୍ପୂର୍ଣ୍ଣ ଭାବରେ ବାହାର କରିପାରେ ନାହିଁ । ସାଧାରଣ ଭାବରେ ୟୁରିକ୍ ଏସିଡ୍ ହେଲେ ପାଦ ଫୁଲି ଯାଏ ଆଣ୍ଠୁଗଣ୍ଠୀ ସମସ୍ୟା ଦେଖାଦେବା ସହ ବହୁ ଯନ୍ତ୍ରଣା ମଧ୍ୟ ହୋଇଥାଏ ।ଆପଣମାନେ ଜାଣିଛନ୍ତି କି ଏହି ସମସ୍ୟା କିପରି ଦୂର ହେବ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣାନ୍ତୁ କିଛି ଘରୋଇ ଜିନିଷ ଯାହା ସାହାଯ୍ୟରେ ଆପଣଙ୍କର ଏହି ସମସ୍ୟା ବହୁ ଶୀଘ୍ର ଦୂର ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଜିନିଷଗୁଡିକ କ’ଣ ରହିଛି ।
ଅଳାଁ : ଅଳାଁ ହେଉଛି ୟୁରିକ୍ ଏସିଡ୍ ପାଇଁ ଏକ ଔଷଧ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି’ ଭରପୂର ପରିମାଣରେ ରହିଛି । ଯାହା ୟୁରିକ୍ ଏସିଡ୍ ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ । ଯଦି ଆପଣଙ୍କର ୟୁରିକ୍ ଏସିଡ୍ ହେଉଛି ତେବେ ଆପଣ ଆଲୋଭେରା ଜୁସ୍ ସହିତ ଅଳାଁ ରସ ମିଶାଇ ପିଅନ୍ତୁ । ଦେଖିବେ ଏହି ସମସ୍ୟା ବହୁତ୍ ଶୀଘ୍ର ଦୂର ହେବାକୁ ଲାଗିବ ।
ଜୁଆଣୀ : ଜୁଆଣୀ ହେଉଛି ଏକ ଔଷଧୀୟ ଖାଦ୍ୟ । ଜୁଆଣୀ ଖାଇବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ । ଯେତେବେଳେ ପେଟ ଯନ୍ତ୍ରଣା ହୋଇଥାଏ, ସେତେବେଳେ ଜୁଆଣୀ ପାଣି ପିଇଲେ ସଙ୍ଗେ ସଙ୍ଗେ ଯନ୍ତ୍ରଣା କମିବାକୁ ଲାଗେ।ଖାଲି ଏଥିକି ନୁହେଁ, ଯଦି ଆପଣଙ୍କର ୟୁରିକ୍ ଏସିଡ୍ ହେଉଛି ତେବେ ଆପଣ ଏହାକୁ ଖାଇପାରିବେ । ଏହା ୟୁରିକ୍ ଏସିଡର ସ୍ତରକୁ ଧୀରେ ଧୀରେ କମାଇଥାଏ । ଏଥି ସହ ଆପଣଙ୍କ ଜୁଆଣୀକୁ ରୋଷେଇ କରିବା ସମୟରେ ମଧ୍ୟ ବ୍ୟବହାର କରିପାରିବେ ।
ଲେମ୍ବୁ ପାଣି : ଲେମ୍ବୁ ପାଣି ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଲେମ୍ବୁରେ ଭିଟାମିନ୍ ସି’ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଏକ ଏସିଡିକ୍ ପ୍ରଭାବ ସୃଷ୍ଟି କରେ ଯାହା ୟୁରିକ୍ ଏସିଡର ସ୍ତରକୁ ହ୍ରାସ କରେ । ୟୁରିକ୍ ଏସିଡରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ସର୍ବ ପ୍ରଥମେ ଆପଣ ସକାଳେ ଉଠିବା ପରେ, ଏକ ଗ୍ଲାସ୍ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଅନ୍ତୁ । ଦେଖିବେ ଆପଣଙ୍କର ସମସ୍ୟା ଦୂର ହେବାକୁ ଲାଗିବ ।