Monday, January 6, 2025
19.8 C
Odisha

    ୧୦କିମି ଚାଲିଚାଲି ତହସିଲରେ ପହଞ୍ଚିଲେ ଛାତ୍ରୀ, ଜଣାଇଲେ ଅସୁବିଧା

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ କମଳି ଏସଏସଡି ବାଳିକା ବିଦ୍ୟାଳୟର ବିଭିନ୍ନ ସମସ୍ୟା ଜଣାଇବାକୁ ନେଇ ୭ ଜଣ ହଷ୍ଟେଲ ଛାତ୍ରୀ ଭୋର ୪ଟାରେ ପାଚେରୀ ଡେଇଁ ତହସିଲରେ ପହଞ୍ଚିଥିଲେ । ଏହି ଛାତ୍ରୀମାନେ ସ୍କୁଲରେ ଇଂରାଜୀ ଶିକ୍ଷକ ନ ଥିବା ଏବଂ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଭୋର ୪ଟାରେ ୭ ଜଣ ସପ୍ତମ ଓ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ପାଚେରୀ ଡେଇଁ ୧୦ କିମି ଚାଲି ଚାଲି ଖୁଣ୍ଟା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଛାତ୍ରୀମାନେ ଅତିରିକ୍ତ ତହସିଲଦାର ପ୍ରଦୀପ ପାଢୀଙ୍କୁ ଭେଟି ଅଭିଯୋଗ ଜଣାଇବା ପରେ ପିଲାମାନେ ଅଟୋରେ ଫେରିଯାଇଥିଲେ । ଖବର ପ୍ରଘଟ ହେବା ପରେ ମଙ୍ଗଳବାର କପ୍ତିପଦା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ, ଏଡିଡବ୍ଲ୍ୟୁଓ ଲିପିପୁଷ୍ପା ଦାସ, ଖୁଣ୍ଟା ତହସିଲଦାର ଶିବାନୀ ଭଞ୍ଜଦେଓ, ଖୁଣ୍ଟା ଡବ୍ଲ୍ୟୁଇଓ ମନରଞ୍ଜନ ନାୟକ ଛାତ୍ରୀ ନିବାସରେ ପହଞ୍ଚି ଅନ୍ତେବାସିନୀଙ୍କୁ ପଚରାଉଚରା କରିଛନ୍ତି । ଅନ୍ତେବାସୀଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ତତ୍କାଳ ପଦକ୍ଷେପ ସ୍ୱରୂପ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି । ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ନ ଥିବାରୁ ବିନା ପାଠପଢାରେ ବାର୍ଷିକ ପରୀକ୍ଷା କିପରି ଦେବେ ବୋଲି ପିଲାମାନେ ପ୍ରଶ୍ନ କରିଥିଲେ । ସେହିପରି ହଷ୍ଟେଲରେ ପିତା ଲାଗୁଥିବା ଚୁଡା ଓ ପାଣିଆ ଡାଲି ମଧ୍ୟ ଖାଇବାକୁ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ । ତେବେ ପ୍ରଧାନଶିକ୍ଷକ ସୁନେନ୍ଦୁ ଗିରି ଇଂରାଜୀ ଶିକ୍ଷକ ନ ଥିବା ଘଟଣା ବ୍ୟତୀତ ଅନ୍ୟ ଅଭିଯୋଗକୁ ଅସ୍ୱୀକାର କରିଥିଲେ । ବିଦ୍ୟାଳୟରେ ୮ ଜଣ ଶିକ୍ଷକ/ଶିକ୍ଷୟିତ୍ରୀର ଆବଶ୍ୟକ ଥିବାବେଳେ ଏବେ ୩ ଜଣ ଅଛନ୍ତି । ସେହିପରି ପିଅନ, ମାଟ୍ରନ, କିରାଣି ଓ ଜଗୁଆଳି ପଦ ମଧ୍ୟ ଖାଲି ପଡ଼ିଛି । ପ୍ରଧାନ ଶିକ୍ଷକଙ୍କ ବଦଳରେ ଅତିରିକ୍ତ ସୁପରିଣ୍ଟେଣ୍ଡେଟଙ୍କ ଅବହେଳା ସ୍ପଷ୍ଟ ଜଣାପଡିଥିଲା । କାରଣ ଛାତ୍ରୀମାନଙ୍କୁ ସେ ତହସିଲରୁ ନେଇଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରବର୍ତ୍ତୀ ସମୟରେ ସେମାନେ ଅପେକ୍ଷା କରି ଅତିରିକ୍ତ ତହସିଲଦାର ଓ ତହସିଲଦାରଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ବିଦ୍ୟାଳୟର କେତେକ ମାଧ୍ୟମିକ ଛାତ୍ର ବର୍ଷକ ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟିବାକୁ ଚାଲିଚାଲି ଯାଉଥିବା ବେଳେ ବାଟରୁ ସେମାନଙ୍କୁ ଫେରାଇ ନିଆଯାଇଥିଲା । ଏହା ସତ୍ତେ୍‌ବ ହଷ୍ଟେଲ ଦାୟିତ୍ୱରେ ଥିବା ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅପସାରଣ କରାଯାଇନାହିଁ । ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାଶଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଆଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    64 %
    1.4kmh
    2 %
    Mon
    28 °
    Tue
    28 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ