Sunday, October 18, 2026
23.2 C
Odisha

    ଓଡ଼ିଶାବାସୀଙ୍କର ଦୁର୍ଭାଗ୍ୟ ଏପରି ଯୋଗାଣ ମନ୍ତ୍ରୀ ପାଇଛନ୍ତି

    ଆଗକୁ ପଢନ୍ତୁ

    ଗତକାଲି ପରେ ଆଜି ପୁଣି ବିଧାନସଭାରେ ଉଠିଛି ଦରଦାମ ବୃଦ୍ଧି ପ୍ରସଙ୍ଗ। ସୋମବାର ଗୃହର ପ୍ରଶ୍ନକାଳରେ ବିରୋଧୀମାନେ ଆଳୁ ଦର ବୃଦ୍ଧି ନେଇ ସରକାରଙ୍କ ଉପରେ ବର୍ଷିଥିବା ବେଳେ ଆଜି ମଧ୍ୟ ଦରଦାମ ପ୍ରସଙ୍ଗ ଏବଂ ରାଜ୍ୟର ଯୋଗାଣମନ୍ତ୍ରୀଙ୍କ ବେଫିକର ବୟାନ ବାଜିକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶାରେ ଆଳୁର ଅଭାବ କିମ୍ୱା ସଙ୍କଟ ଦେଖାଦେବନାହିଁ। ୟୁପିରୁ ୩୦୦ ଆଳୁ ଗାଡ଼ି ପହଞ୍ଚିବ। ଗଲା ୪ ଦିନ ତଳେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ଏପରି ମନ୍ତବ୍ୟ ଦେଇଥିଲେ। ମାତ୍ର ଦିନେ ଯାଇ ୪ ଦିନ ବିତିଲାଣି, ମନ୍ତ୍ରୀ ମଗାଇଥିବା ୩୦୦ ଟ୍ରକ ଆଳୁ ଓଡ଼ିଶାରେ ପହଞ୍ଚିଲା ନାହିଁ। ଅନ୍ୟପକ୍ଷରେ ବ୍ୟବସାୟୀମାନେ ଉତ୍ତରପ୍ରଦେଶରୁ ନିଜସ୍ୱ ଉଦ୍ୟମରେ କିଛି ଆଳୁ ମଗାଇଛନ୍ତି, ସେଥିରୁ ୧୨ଟି ଟ୍ରକ୍‌ ସୋମବାର ଦ୍ୱୈତନଗରୀକୁ ଆସିଛି । ଆଜି ଆଉ ୨୦ରୁ ୩୦ ଟ୍ରକ ଆସି ପହଞ୍ଚିବ। ହେଲେ ଯୋଗାଣ ମନ୍ତ୍ରୀ ଯେଉଁ ଆଳୁ ଗାଡ଼ି ମଗାଇଥିଲେ ତାହା କେବେ ପହଞ୍ଚିବ ଓ ରାଜ୍ୟରେ ଆଳୁ ସଙ୍କଟ ଦୂର ହେବ ତାହା ଏବେ ଆକାଶ କଇଁଆ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ