Monday, September 7, 2026
31 C
Odisha

    ୧୦ରେ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ! ନେଇପାରେ ଗଭୀର ଅବପାତର ରୂପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୧୦ରେ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା । ନେଇପାରେ ଗଭୀର ଅବପାତର ରୂପ । ଓଡ଼ିଶାରେ ମେଘୁଆ ପାଗ ସହ କିକି କିଛି ସ୍ଥାନରେ ବର୍ଷା ହେଉଛି । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ମାତ୍ର ପଡୋଶୀ ରାଜ୍ୟରେ ସକ୍ରିୟ ଥିବା ଟ୍ରପ ଲାଇନ ପ୍ରଭାବରେ କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ ଆଜି ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ବର୍ଷାର ପରିମାଣ ଓ ବିସ୍ତାର କମ ଥିବା ବେଳେ ଆଗାମୀ ୩ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୯ ତାରିଖରୁ ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

    ପ୍ରବଳ ବର୍ଷା ପାଇଁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ତାରିଖରୁ ବର୍ଷାର ପରିମାଣ ବଢିବ। ୧୧ ତାରିଖରେ ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31 ° C
    31 °
    31 °
    62 %
    3.3kmh
    67 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ