Monday, September 28, 2026
23.1 C
Odisha

    ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଅନେକ ମୃତ ଥିବା ସୂଚନା

    ଆଗକୁ ପଢନ୍ତୁ

    ବେଲେଜିୟମ୍ : ବେଲଜିୟମର ଆଣ୍ଟୱର୍ପର ଏକ ୧୦ ମହଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ସକାଳ ୯ଟା ୩୫ ମିନିଟ୍ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।

    ସୂଚନାନୁଯାୟୀ, ଆଣ୍ଟୱର୍ପର ଲିଙ୍କରୋଏଭର ଜିଲ୍ଲାରେ ଏକ ଆବାସିକ କୋଠାର ଅଷ୍ଟମ ମହଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ସେହି ଆପାର୍ଟମେଣ୍ଟରେ ୨୦୦ରୁ ଅଧିକ ଲୋକ ରହୁଥିଲେ । ଅଧିକାରୀମାନେ ଅନେକ ମୃତ୍ୟୁର ନିଶ୍ଚିତ କରିଛନ୍ତି କିନ୍ତୁ ମୃତକଙ୍କ ସଠିକ୍ ସଂଖ୍ୟା ପ୍ରକାଶ କରିନାହାଁନ୍ତି । ଏହି ଘଟଣାରେ ଅନେକ ଲୋକ ଗୁରୁତର ଭାବରେ ପୋଡ଼ିଯାଇଥିବା ମଧ୍ୟ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡକୁ ଏପର୍ଯ୍ୟନ୍ତ ସୁଦ୍ଧା ଆୟତ୍ତ କରାଯାଇପାରିନାହିଁ । ଅଗ୍ନିକାଣ୍ଡର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଜରୁରୀକାଳୀନ ଅଧିକାରୀମାନେ ସମ୍ପୃକ୍ତ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଡାକ୍ତରୀ ସହାୟତା ସକ୍ରିୟ କରିଛନ୍ତି। ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ନିୟନ୍ତ୍ରଣ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ୱାସଲ୍ୟାଣ୍ଡ, କେମ୍ପେନ, ରାଣ୍ଡ ଏବଂ ରିଭିରେନଲ୍ୟାଣ୍ଡ ସମେତ ଅନେକ ପଡ଼ୋଶୀ ଅଞ୍ଚଳର ଅଗ୍ନିଶମ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ମଧ୍ୟ ଘେରାବନ୍ଦୀ କରାଯାଇଛି । ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ମଧ୍ୟ ଜଣାପଡିନାହିଁ । ଏହି ଘଟଣା ବର୍ତ୍ତମାନ ତଦନ୍ତାଧୀନ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ