Monday, September 28, 2026
23.1 C
Odisha

    କେତନ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଅପଡେଟ୍, ରହସ୍ୟ ଖୋଲିବ AI ଟେକ୍ନୋଲୋଜି!

    ଆଗକୁ ପଢନ୍ତୁ

    ପୁଣେ : ବହୁ ଚର୍ଚ୍ଚିତ ପୁନେ କେତନ ଅଗ୍ରୱାଲ ଘଟଣା । ଲୋହାଗଡ଼ରେ ଅଭିଯୁକ୍ତ ଚେତନ ଚୌଧୁରୀ । କ୍ରାଇମ ସିନ ରିକ୍ରିଏସନ କରିବାକୁ ଚେତନକୁ ଲୋହରଗଡ଼କୁ ଆଣିଛି ପୁଣେ ପୋଲିସ । ଅଭିଯୁକ୍ତ ଚେତନ ଚୌଧୁରୀର ଚାଲିବା ଶୈଳୀ ଏବଂ ଅପରାଧ ସ୍ଥଳର କ୍ରାଇମ୍ ସିନ୍ ରିକନ୍ସଟ୍ରକସନ୍ ପାଇଁ ତାକୁ ଲୋହଗଡ଼ ଦୁର୍ଗକୁ ଆଣିଛି। ଅନ୍ୟତମ ଅଭିଯୁକ୍ତ ସିୟା ଗୋୟଲର କ୍ରାଇମ୍ ସିନ୍ ରିକନ୍ସଟ୍ରକସନ୍ ପୂର୍ବରୁ ଶେଷ ହୋଇସାରିଛି। ବର୍ତ୍ତମାନ ପୋଲିସ ଏହି ମାମଲାରେ ସଠିକ ପ୍ରମାଣ ଏକାଠି କରିବା ପାଇଁ ଅତ୍ୟାଧୁନିକ ଫୋରେନ୍ସିକ୍ AI ପ୍ରଯୁକ୍ତିବିଦ୍ୟାର ସହାୟତା ନେଉଛି। ଏଆଇ ଗେଟ୍ ଆନାଲିସିସ୍ ମାଧ୍ୟମରେ ଅଭିଯୁକ୍ତ ଚେତନର ଶରୀରର ଗଠନ, ଚାଲିବା ଶୈଳୀ ଏବଂ ପାଦର ପରିମାପକୁ ଅନୁଧ୍ୟାନ କରାଯାଉଛି। ଏହାକୁ ଘଟଣା ଦିନ ଦୁର୍ଗ ଗେଟ୍ ନିକଟରେ CCTV କ୍ୟାମେରାରେ କଏଦ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସହ ମିଳାଯିବ। ହତ୍ୟାକାଣ୍ଡ ଦିନ ନିଜ ପରିଚୟ ଲୁଚାଇବା ପାଇଁ ଚେତନ ପ୍ରବଳ ଗରମ ସତ୍ତ୍ୱେ ଏକ ମୋଟା ହୁଡି ପିନ୍ଧିଥିଲା। ପୁନର୍ନିର୍ମାଣ ସମୟରେ ତାକୁ ସମାନ ପୋଷାକ ପିନ୍ଧାଇ ସେହି ରାସ୍ତାରେ ଚଲାଯାଇ ଭିଡିଓ ରେକର୍ଡିଂ କରାଯାଉଛି । ଯାହା ଦ୍ୱାରା ଘଟଣାସ୍ଥଳରେ ତାର ଉପସ୍ଥିତି ଗାଣିତିକ ଭାବେ ପ୍ରମାଣିତ ହୋଇପାରିବ। ଅନ୍ୟତମ ଅଭିଯୁକ୍ତ ସିୟା ଗୋୟଲକୁ ନେଇ କରାଯାଇଥିବା କ୍ରାଇମ ସିନ ରିକ୍ରିଏସନ କରି ୪୦୦ ଫୁଟ୍ ଗଭୀର ଖାଇକୁ ଏକ ମାନବ ଆକୃତିର ପୁତଳା ଫିଙ୍ଗାଯାଇଥିଲା ।ଚେତନର ବୟାନ ମଧ୍ୟରେ ଥିବା ସତ୍ୟତାକୁ ଏହି ପ୍ରକ୍ରିୟା ଦ୍ୱାରା ପରଖାଯାଉଛି। ୨୫ ବର୍ଷୀୟ ପୁନେର ଜଣେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କର ଜୁନ୍ ୧୮ ତାରିଖରେ ଲୋହଗଡ଼ ଦୁର୍ଗର ବିଞ୍ଚୁ କାଟା ପାହାଡ଼ରୁ ଖସି ମୃତ୍ୟୁ ହୋଇଥିଲା। କେତନ ଜଣେ ଅଭିଜ୍ଞ ଟ୍ରେକର ହୋଇଥିବାରୁ ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ତାଙ୍କ ପରିବାର ଅଭିଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଛି, କେତନଙ୍କ ଫିଆନ୍ସି ସିୟା ଗୋୟଲ ଏବଂ ତାର ପ୍ରେମିକ ଚେତନ ଚୌଧୁରୀ ଏକ ସ୍ଥାନୀୟ କାଫେରେ ହତ୍ୟାର ଯୋଜନା କରିଥିଲେ। ଦୁର୍ଗ ଉପରକୁ ଚଢ଼ିବା ସମୟରେ ସିୟା ନିଜ ଜୋତା ଫିତା ବାନ୍ଧିବା ବାହାନାରେ ବସିପଡ଼ିଥିଲା, ଯାହା ଚେତନ ପାଇଁ ଏକ ସଙ୍କେତ ଥିଲା। କେତନ ପଛକୁ ବୁଲିବା ମାତ୍ରେ ଚେତନ ତାଙ୍କୁ ଖାଇ ଭିତରକୁ ଠେଲି ଦେଇଥିଲା। ଲୋକେସନ ଟ୍ରାକିଂରୁ ବଞ୍ଚିବା ପାଇଁ ଚେତନ ନିଜ ମୋବାଇଲ୍ ଫୋନ୍ ଛାଡ଼ି ଆସିଥିଲା, ପ୍ରାୟ ୬୪୦ ମିନିଟ୍ ପର୍ଯ୍ୟନ୍ତ ଅଫଲାଇନ୍ ରହିଥିଲା । ଟୋଲ୍ ପ୍ଲାଜା କ୍ୟାମେରାରୁ ବର୍ତ୍ତବା ପାଇଁ ସ୍କୁଟରରେ ୯୦ କିଲୋମିଟର ଯାତ୍ରା କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ