Thursday, January 8, 2026
24.8 C
Odisha

    ୧୦ ରୁ ୧୮ ରାଜଧାନୀରେ ଜାତୀୟସ୍ତରୀୟ ଶିଶିର ସରସ ମେଳା, ପଡିବ ୩୪୦ଟି ଷ୍ଟଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟସ୍ତରୀୟ ଶିଶିର ସରସ ମେଳା -୨୦୨୬ । ଜାନୁଆରୀ ୧୦ରୁ ୧୮ ତାରିଖ ପର୍ଯ୍ୟନ୍ତ ଇଡକୋ ଗ୍ରାଉଣ୍ଡରେ ମେଳା ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବୁଲିପାରିବେ ରାଜଧାନୀବାସୀ । ଚଳିତବର୍ଷ ମୋଟ ୩୪୦ଟି ଷ୍ଟଲ ପଡିବ । ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରୁ ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ । ଏହାସହ ୨୦ଟି ରାଜ୍ୟର ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିକ୍ରି ହେବ । ଏଥିରେ ୩୫ଟି ସ୍ୱତନ୍ତ୍ର ଫୁଡ୍ ଷ୍ଟଲ ରହିବା ସହ ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଚଳିତବର୍ଷ ଏହି ମେଳାରେ ୩୦ କୋଟି ବ୍ୟବସାୟର ଲକ୍ଷ୍ୟ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    16 %
    2.4kmh
    3 %
    Thu
    26 °
    Fri
    26 °
    Sat
    26 °
    Sun
    27 °
    Mon
    29 °

    ସମ୍ବନ୍ଧିତ