Tuesday, March 10, 2026
21.3 C
Odisha

    ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ନିର୍ବାଚନ ଆଚରଣବିଧି ଲାଗୁ ପରେ ପୋଲିସ ପକ୍ଷରୁ ଚେକିଂ ବ୍ଲକିଂକୁ ଜୋରଦାର କରାଯାଇଛି । ବିଶେଷକରି ନିଶା ଓ ଟଙ୍କା କାରବାର ଉପରେ ରହିଛି କଡ଼ା ନଜର । ଆଜି ଜଳେଶ୍ବର ଥାନା ଆମ୍ବିଳିଅଠା ପେଟ୍ରୋଲ ପମ୍ପ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବାବେଳେ ମାଡ଼ି ବସିଛି ଅବକାରୀ ସ୍କ୍ବାଡ । ୧୦ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଭୋଗରାଇ ଥାନା ସୁନାଧରବସାଣ ଗ୍ରାମର ସେଖ୍ ଆସରତ ଆୟୁବ । ତାଙ୍କ ନିକଟରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ସହ ଗୋଟିଏ ବାଇକ ଜବଦ କରିଛି ଟମ୍ । ଜବତ ବାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା ହେବ । ସାଟେଲାଇଟ ବିଭାଗ ପକ୍ଷରୁ ୧୦/୨୪ ମୂଳେ ଯୁବକକୁ ଗିରଫ କରି କୋର୍ଟ ପଠାଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.3 ° C
    21.3 °
    21.3 °
    89 %
    1.8kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    39 °

    ସମ୍ବନ୍ଧିତ