Monday, April 6, 2026
23.4 C
Odisha

    ୧୧ ଓଏଏସ୍, ୧୭ ଓଆରଏସ୍, ୨ ଓଏମ୍‌ଏଏସ୍ ଅଧିକାରୀଙ୍କୁ ନୂତନ ନିଯୁକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡିଶା ସରକାର ଓଡିଶା ପ୍ରଶାସନିକ ସେବା (ଓଏଏସ୍), ଓଡିଶା ରାଜସ୍ୱ ସେବା (ଓଆରଏସ) ଏବଂ ଓଡିଶା ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍ (ଓଏମ୍ଏସ୍)ର କେତେକ ଅଧିକାରୀଙ୍କୁ ସ୍ଥାନାନ୍ତର କରି ସେମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ୧୧ ଓଏଏସ୍, ୧୭ ଓଆରଏସ୍, ୨ ଓଏମ୍‌ଏଏସ୍ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ନୂତନ ନିଯୁକ୍ତି ଦିଆଯାଇଛି।

    ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଏଡିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।

    ଖୋର୍ଦ୍ଧା ଉପ ଜିଲ୍ଲାପାଳ ପଦ୍ମ ଚରଣ ସାହୁଙ୍କୁ ବର୍ତ୍ତମାନ  କ୍ରୀଡା ଏବଂ ଯୁବ ସେବା ଉପ ସଚିବ ଭାବରେ ନିଯୁକ୍ତ କରାଯାଇଛି। ।

    କେନ୍ଦୁଝର ଆନନ୍ଦପୁରର ଅତିରିକ୍ତ ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ  ଭାବରେ ଦାୟିତ୍ବ ଦିଆଯାଇଛି। ଏହା ସହିତ ତାଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ପ୍ରଶାସକ(ରାଜସ୍ବ) ଭାବରେ ନିଯୁକ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ