Saturday, October 3, 2026
29.5 C
Odisha

    ୧୧ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କଲେ ନିତିନ୍ ଗଡ଼କରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : କେନ୍ଦ୍ର ସରକାରଙ୍କ ତରଫରୁ ପେଟ୍ରୋଲ୍‌ରେ ଇଥାନଲ୍-ମିଶ୍ରଣ କାର୍ଯ୍ୟକ୍ରମ ସହ ତାଙ୍କ ପରିବାରକୁ ଯୋଡ଼ି ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତକର ତଥ୍ୟ, ଆପତ୍ତିଜନକ ପୋଷ୍ଟ ଓ ଏଆଇ ଦ୍ବାରା ପ୍ରସ୍ତୁତ ଡିପ୍‌ଫେକ ଭିଡିଓ ପ୍ରସାରଣ କରାଯାଉଥିବା ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡ଼କରୀ। ଏଭଳି ଭିଡିଓ ଯୋଗୁଁ ତାଙ୍କ ବ୍ୟକ୍ତିଗତ ସୁନାମରେ ଆଞ୍ଚ ଆସିଥିବା ଦର୍ଶାଇ ସେ ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବା ସହ ଏହି ସବୁ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଆବେଦନ କରିଛନ୍ତି। ଓକିଲ ସନ୍ଦୀପ ଲଡ୍ଡାଙ୍କ ମାଧ୍ୟମରେ ଦାଖଲ ୮୬ ପୃଷ୍ଠାର ଏହି ଆବେଦନରେ ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ୍ ମିଶ୍ରଣ ନୀତି ନିର୍ଦ୍ଧାରଣ କିମ୍ବା ଏହାର କାର୍ଯ୍ୟକାରିତାରେ ତାଙ୍କ ମନ୍ତ୍ରଣାଳୟର କୌଣସି ଭୂମିକା ନାହିଁ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ଆସୁଛି। ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ନୀତି ଅଧୀନରେ ୨୦୨୫-୨୬ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ରଖାଯାଇଛି। ଏହି ମାମଲାରେ ସେ ମେଟା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ, ଗୁଗୁଲ୍, ୟୁଟ୍ୟୁବ୍, କେନ୍ଦ୍ର ଆଇଟି ମନ୍ତ୍ରଣାଳୟ, ଟେଲିକମ୍ ବିଭାଗ ଏବଂ ଜାଲ୍ ପୋଷ୍ଟ କରୁଥିବା ଅଜ୍ଞାତ ବ୍ୟକ୍ତିମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ